ରାଜଧାନୀରେ କାୟା ମେଲାଇଲାଣି ଜଣ୍ଡିସ: ଶିକ୍ଷାନୁଷ୍ଠାନ ଗୁଡ଼ିକର ହଷ୍ଟେଲ ଏବଂ ଆପାର୍ଟମେଣ୍ଟରେ ବ୍ୟାପିଛି ଜଣ୍ଡିସ

ଭୁବନେଶ୍ୱର:ରାଜଧାନୀରେ କାୟା ମେଲାଇଲାଣି ଜଣ୍ଡିସ । ଖାସ୍ କରି ଶିକ୍ଷାନୁଷ୍ଠାନ ଗୁଡ଼ିକର ହଷ୍ଟେଲ ଏବଂ ଆପାର୍ଟମେଣ୍ଟରେ ଏହା ବ୍ୟାପିବାରେ ଲାଗୁଛି।ରାଜ୍ୟର ଅଗ୍ରଣୀ ଶିକ୍ଷାନୁଷ୍ଠାନ ଓୟୁଏଟିରେ ଜଣ୍ଡିସ ବହୁ ମାତ୍ରାରେ ବ୍ୟାପିଛି। ହେଲେ ଏହାକୁ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ଲୁଚାଉଥିବାରୁ ସ୍ବାସ୍ଥ୍ୟ ବିଭାଗ କଡ଼ା ତାଗିଦ କରିଛି। ସ୍ବାସ୍ଥ୍ୟ ବିଭାଗର ଟିମ୍ ଓୟୁଏଟିର କୋଣଅନୁକୋଣ ଯାଞ୍ଚ କରିଛନ୍ତି। ଖୁବ୍ ଶୀଘ୍ର ଓ୍ବାଟକୋ ଆସି ଏଠାରେ ପାଣି ନମୁନା ପରୀକ୍ଷା କରିବ।
ଓୟୁଏଟି ହଷ୍ଟେଲ ଓ ଗାଡ଼କୋଣରୁ ଜଣ୍ଡିସ ଖବର ପାଇବା ପରେ ସିଟି ହେଲଥ ୟୁନିଟର ଟିମ ଘଟଣାସ୍ଥଳକୁ ଯାଇ ରୋଗୀଙ୍କ ସଂଖ୍ୟା ଅନୁଧ୍ୟାନ କରିଛନ୍ତି। ହେଲେ ଜଣ୍ଡିସ ବ୍ୟାପିବା ଦିନଠାରୁ ଓୟୁଏଟି ଏହାକୁ ଚପାଇବାକୁ ଚେଷ୍ଟା କରିଥିବାରୁ ଚିନ୍ତା ବଢିଯାଇଛି । ସେପଟେ ଓୟୁଏଟି କର୍ତ୍ତୃପକ୍ଷଙ୍କୁ କଡ଼ା ତାଗିଦ କଲେ ଭୁବନେଶ୍ବର ଏଡିୟୁପିଏଚଓ ଡାକ୍ତର ନୀଳମଣି ସେନାପତି । ଏତେ ଦିନରୁ ଲେଡିଜ୍ ହଷ୍ଟେଲରେ ଜଣ୍ଡିସ ବ୍ୟାପିଲାଣି । ହେଲେ ସ୍ବାସ୍ଥ୍ୟ ବିଭାଗକୁ ଖବର ଦେଇ ନଥିଲା ଓୟୁଏଟି ଏହି ଘଟଣାକୁ ନ ଚପାଇବାକୁ ଏଡିୟୁପିଏଚଓ ପରାମର୍ଶ ଦେଇଛନ୍ତି । କାରଣ ଲୁଚାଇଲେ ଏହା ଆହୁରି ବ୍ୟାପିବ।