thelifelinemedia
Latest Odisha News, Breaking News Today

ମହିଳା କମିଶନ ଅଧ୍ୟକ୍ଷା ପଦରୁ ହଟିଲେ ମିନତି ବେହେରା: ସନ୍ତୋଷଜନକ ନଥିଲା କାରଣ ଦର୍ଶାଅ ନୋଟିସର ଉତ୍ତର

ଭୁବନେଶ୍ୱର:ମହିଳା କମିଶନ ଅଧ୍ୟକ୍ଷା ପଦରୁ ହଟିଲେ ମିନତି ବେହେରା। କାରଣ ଦର୍ଶାଅ ନୋଟିସର ଉତ୍ତର ଆଧାରରେ ହଟିଲେ। ଉତ୍ତର ଯଥାର୍ଥ ନୁହେଁ କାର୍ଯ୍ୟକାଳ ସନ୍ତୋଷଜନକ ନୁହେଁ। ଜନତାଙ୍କ ସ୍ୱାର୍ଥ ପାଇଁ ପଦରୁ ହଟାଯାଇଥିବା ମହିଳା ଶିଶୁ ବିକାଶ ବିଭାଗର ପ୍ରକାଶିତ ବିଜ୍ଞପ୍ତିରେ ଉଲ୍ଲେଖ ରହିଛି। ଏହା ପରେ ମହିଳା କମିଶନଙ୍କ ନାମଫଳକକୁ କାଢି ଦିଆଯାଇଛି। ୨୯ ଅକ୍ଟୋବରରେ କାରଣ ଦର୍ଶାଅ ନୋଟିସ କରିଥିଲା ମହିଳା ଶିଶୁ ବିକାଶ ବିଭାଗ। ୧ ନଭେମ୍ବରରେ ମୀନତି ଏହାର ଜବାବ ରଖିଥିଲେ। ଅକ୍ଟୋବର ୨୩ରେ ମହିଳା କମିଶନ ଅଧ୍ୟକ୍ଷା ଏବଂ ସଦସ୍ୟ ମାନଙ୍କୁ ସରକାର ବହିସ୍କାର କରିଥିଲେ।

ମିନତୀ ବେହେରାଙ୍କ ପଦଚ୍ୟୁତ ନେଇ ଵିଧି ବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି।ମହିଳା ଓ ଶିଶୁ ବିକାଶ ବିଭାଗ ବିଜ୍ଞପ୍ତି ପ୍ରକାଶ କରିଛି । ଆସିଥିବା ପ୍ରତ୍ୟୁତ୍ତର ଗ୍ରହଣଯୋଗ୍ୟ ନୁହେଁ ବୋଲି ଦର୍ଶାଇ ପଦଚ୍ୟୁତି କରାଯାଇଛି  କାହିଁକି ପଦଚ୍ୟୁତ କରାନଯିବ, ସେନେଇ ସୋ କଜ୍‌ ମଗାଯାଇଥିଲା।ଗତ ଅକ୍ବୋବର ୨୩ରେ ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ମିନତୀ ବେହେରା ଏବଂ ଅନ୍ୟ ୪ ଜଣ ସଦସ୍ୟାଙ୍କୁ ରାଜ୍ୟ ସରକାର ବରଖାସ୍ତ କରିଥିଲେ । କିନ୍ତୁ ତା ପରେ ମଧ୍ୟ ମିନତୀ ବେହେରା ପଦ ଛାଡୁନଥିଲେ। ଏବେ ରାଜ୍ୟ ସରକାର ତାଙ୍କୁ ପଦରୁ ହଟେଇ ଦେଇଛନ୍ତି।

Leave A Reply

Your email address will not be published.