thelifelinemedia
Latest Odisha News, Breaking News Today

୧୫ ତାରିଖ ପରେ ରାଜ୍ୟରେ ଶୀତ ପଡିବ : କମିବ ରାତି ତାପମାତ୍ରା

ଭୁବନେଶ୍ୱର: ରାଜ୍ୟରେ ୧୫ତାରିଖ ପରେ ଶୀତ ଅନୁଭବ ହେବ। ୪ ଦିନ ପରେ ଅର୍ଥାତ ୧୫ ତାରିଖ ପରେ ରାଜ୍ୟରେ ଶୀତ ପଡିବ । ୧୫ ତାରିଖରୁ ରାତି ତାପମାତ୍ରା ୨ରୁ ୪ ଡିଗ୍ରୀ ହ୍ରାସ ପାଇବାର ସମ୍ଭାବନା ଥିବା ବେଳେ ରାଜ୍ୟରେ ଶୀତ ପଡିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଏପଟେ ବର୍ତ୍ତମାନ କୌଣସି ପାଣିପାଗ ନିୟାମକ ସକ୍ରିୟ ନଥିବା ବେଳେ ରାଜ୍ୟ ପାଇଁ ବଡ ବର୍ଷା ଏବଂ ଚେତାବନୀ ନଥିବା କହିଛି ପାଣିପାଗ ବିଭାଗ।ଆଗାମୀ ୨୪ ଘଣ୍ଟା ମଧ୍ୟରେ ଉପକୂଳ ଓଡ଼ିଶା, ମୟୁରଭଞ୍ଜ, କେନ୍ଦୁଝର ଏବଂ ଆସନ୍ତାକାଲି ଗଂଜାମ, ଗଜପତି, ମାଲକାନଗିରି, କୋରାପୁଟ, ରାୟଗଡ଼ା ଜିଲ୍ଲାଗୁଡ଼ିକରେ ହାଲୁକା ବର୍ଷା ର ସମ୍ଭାବନା ଦେଇଛି ପାଣିପାଗ ବିଭାଗ। ଆଗାମୀ ୫ ଦିନ ପାଗ ମୁଖ୍ୟତଃ ଶୁଖିଲା ରହିବ ବୋଲି ଆକଳନ କରିଛି ବିଭାଗ।

ତେବେ ଚଳିତବର୍ଷ ଶୀତ ବାତ୍ୟା ଦାନା ଯୋଗୁ ଉଭାନ ହୋଇଥିବା ରାତ୍ରିର ତାପମାତ୍ରା ହ୍ରାସକୁ ନେଇ ୧୫ ରୁ ଶୀତର ସମ୍ଭାବନା ଥିବା ବେଳେ ବିଳମ୍ବରେ ହେଉପଛେ ଗୁଳୁଗୁଳି ରୁ ଲୋକଙ୍କୁ ମିଳିବ ଆଶ୍ବସ୍ତି। କାରଣ ଉତ୍ତର ଦିଗରୁ ଥଣ୍ଡା ପବନ ପ୍ରବାହ ସହ ପାଗର ଶୁଷ୍କତା ଯୋଗୁ ଆଗକୁ ଧିରେ ଧିରେ ତାପମାତ୍ରା କମିବ ଆଉ ଶୀତ ପଡିବ । ହଠାତ୍ ଯଦିଓ ଶୀତ ହେବନାହିଁ ପ୍ରଥମେ ଆଭ୍ୟନ୍ତରୀଣ ଓ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାରେ ଶୀତ ହେବା ସହ ଅନ୍ୟ ଅଂଚଳରେ ଅନୁଭବ ହେବ ବୋଲି କହିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ବର୍ତ୍ତମାନ ରାତିର ତାପମାତ୍ରା ସ୍ବାଭାବିକ ଠାରୁ ୧ ରୁ ୨ ଡିଗ୍ରୀ ପର୍ଯ୍ୟନ୍ତ ଅଧିକ ରହିଛି । ଦିନର ତାପମାତ୍ରା ସ୍ବାଭାବିକକୁ ଫେରୁଛି।

ସେପଟେ ପାରଳାଖେମୁଣ୍ଡିରେ ସର୍ବାଧିକ ତାପମାତ୍ରା ୩୫.୦୦ ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୧୫.୨ ଡିଗ୍ରୀ ରେକର୍ଡ ହୋଇଛି । ଭୁବନେଶ୍ବର ଦିନର ତାପମାତ୍ରା ୩୨.୦୦ ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ରାତିର ତାପମାତ୍ରା ୨୨.୬ ଡିଗ୍ରୀ ରେକର୍ଡ ହୋଇଛି । ସେହିଭଳି କଟକରେ ଦିନର ତାପମାସେପାଏ ତ୍ରା ୩୦.୦ ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ରାତିର ତାପମାତ୍ରା ୨୧ ଡିଗ୍ରୀ ରେକର୍ଡ ହୋଇଛି ବୋଲି ପାଣିପାଗ ବିଭାଗ କହିଛି।

Leave A Reply

Your email address will not be published.