ରାସନ ନ ପାଇ ମୃତ୍ୟୁ: ଖାଦ୍ୟାଭାବରୁ ଆମ୍ବ ଟାକୁଆ ଖାଇ ଜୀବନ ଯିବା ଦୁର୍ଭାଗ୍ୟଜନକ: ବିଜୟ ମହାପାତ୍ର

ଭୁବନେଶ୍ୱର:ଠିକରେ ରାସନ ମିଳୁନଥିଲା। ବାଧ୍ୟ ହୋଇ ସେମାନେ ଆମ୍ବ ଟାକୁଆ ଯାଉ ଖାଇଲେ। ଯଦି ରାସନ ଠିକ ଭାବେ ମିଳିଥାନ୍ତା ତା ହେଲେ ଏମିତି ଦୁଇ ଜଣଙ୍କ ଜୀବନ ଯାଇ ନଥାନ୍ତା।ରାସନ ବା ଖାଦ୍ୟ ଅଭାବରୁ ଆମ୍ବ ଟାକୁଆ ଖାଇବାକୁ ବାଧ୍ୟ ହେଲେ ମାଣ୍ଡିପଙ୍କା ଗାଁର ଲୋକ କନ୍ଧମାଳ ଜିଲ୍ଲା ମାଣ୍ଡିପାଙ୍କା ଗାଁରେ ଆମ୍ବ ଟାକୁଆ ଖାଇ ଲୋକଙ୍କ ମୃତ୍ୟୁ ଦୁର୍ଭାଗ୍ୟଜନକ ଓ ଲଜ୍ଜାଜନକ ବୋଲି କହିଛନ୍ତି ବରିଷ୍ଠ ରାଜନେତା ବିଜୟ ମହାପାତ୍ର। ୩ ମାସ ଧରି ସେମାନଙ୍କୁ ରାସନ ମିଳିନଥିଲା। ୩ ମାସରେ ଥରେ କାହିଁକି ଦେଉଥିଲେ ଚାଉଳ। ମଧ୍ୟାହ୍ନ ଭୋଜନ ଚାଉଳ ମଧ୍ୟ ୪ ମାସ ହେଲା ସ୍କୁଲକୁ ଯାଇନାହିଁ। କାହିଁକି ଚାଉଳ ଦେଉନଥିଲେ, ସରକାର ଉତ୍ତର ରଖନ୍ତୁ ବୋଲି ଦାବି କଲେ ବରିଷ୍ଠ ରାଜନେତା ବିଜୟ ମହାପାତ୍ର।
ବିଜୟ କହିଛନ୍ତି କିଛି ନେତା ଆମ୍ବ ଟାକୁଆ ତାଙ୍କର ପାରମ୍ପରିକ ଖାଦ୍ୟ କହିବା ଦୁଃଖ ଦାୟକ। କିନ୍ତୁ ଆମ୍ବ ଟାକୁଆ କେବେ ବି ତାଙ୍କର ପାରମ୍ପରିକ ଖାଦ୍ୟ ନୁହେଁ । ଅଭାବରେ, ଭୋକ ବିକଳରେ ସେମାନେ ଆମ୍ବ ଟାକୁଆ ଖାଆନ୍ତି । ବହୁତ ଦିନ ପରେ ଏ ଘଟଣା ପୁଣି ଘଟିଲା । ଗାଁର ଅଧିକାଂଶ ପୁରୁଷ ଲୋକ ଅନ୍ୟ ରାଜ୍ୟକୁ ଦାଦନ ଖଟିବାକୁ ଯାଇଛନ୍ତି । ଗାଁ ଲୋକଙ୍କର ନିଜର ଚାଷ ଜମି ବି ନାହିଁ ଯେଉଁମାନେ ମୃତ୍ୟୁବରଣ କଲେ ତାଙ୍କ ପରିବାରକୁ ରିଲିଫ ଫଣ୍ଡରୁ ସହାୟତା ଦିଆଯାଇପାରିବ। କିନ୍ତୁ ସରକାର ଆଜି ଯାଏଁ ଦେଇନାହାନ୍ତି । ସରକାର ସେହି ଅଞ୍ଚଳରେ ରିଲିଫ କ୍ୟାମ୍ପ କରିବା ଦରକାର । ସରକାରୀ ଅଫିସର ମାନେ ଭୁବନେଶ୍ୱରରୁ ବିବୃତ୍ତି ନଦେଇ ଗାଁକୁ ଯିବା ଦରକାର । ଏହା କୌଣସି ରାଜନୈତିକ ପ୍ରସଙ୍ଗ ନୁହେଁ । ସେଠାରେ ଲୋକଙ୍କୁ ରାସନ ଆଣିବା ପାଇଁ ୧୦ କିମି ଚାଲି ଚାଲି ଯିବାକୁ ପଡୁଛି । ସେଠାରେ ସ୍ୱଚ୍ଛ ପିଇବା ପାଣି ନାହିଁ । ସରକାର ଗାଁରେ କେମିତି ରାସନ ଓ ସ୍ୱଚ୍ଛ ପାନୀୟ ଜଳ ମିଳିବ ସେ ନେଇ ବ୍ୟବସ୍ଥା କରନ୍ତୁ । ନିକଟସ୍ଥ ମେଡିକାଲରେ ଡାକ୍ତର ନାହାନ୍ତି । ତଦନ୍ତ ରିପୋର୍ଟ ଆସିଲେ ସତ ଜଣାପଡ଼ିବ ବୋଲି ବିଜୟ ମହାପାତ୍ର କହିଛନ୍ତି।