ଅଭିନେତା ମିଥୁନଙ୍କୁ ହତ୍ୟା ଧମକ: ସଲମାନ ଓ ଶାହରୁଖଙ୍କ ପରେ ମିଥୁନଙ୍କୁ ହତ୍ୟା ଧମକ

ମୁମ୍ବାଇ:ବଲିଉଡ ଅଭିନେତା ମିଥୁନ ଚକ୍ରବର୍ତ୍ତୀଙ୍କୁ ମିଳିଛି ହତ୍ୟା ଧମକ।ସୁପରଷ୍ଟାର ସଲମାନ ଖାନ ଏବଂ ଶାହରୁଖ ଖାନଙ୍କ ପରେ ସମ୍ପ୍ରତି ଅଭିନେତା ମିଥୁନ ଚକ୍ରବର୍ତ୍ତୀଙ୍କୁ ହତ୍ୟା ଧମକ ମିଳିଛି। ପ୍ରକାଶିତ ରିପୋର୍ଟ ମୁତାବକ, ପାକିସ୍ତାନୀ ଡନ୍ ଶହଜାଦ ଭଟ୍ଟି ଦୁବାଇ ଏବଂ କୋଲକାତାର ବିଜେପି ନେତା ତଥା ଅଭିନେତାଙ୍କୁ ଧମକ ଦେଇ କ୍ଷମା ମାଗିବାକୁ ଦାବି କରିଛି।ଏପରି ନକଲେ ନେତା ଓ ଅଭିନେତାଙ୍କୁ ଅନୁତାପ କରିବାକୁ ପଡ଼ିବ ବୋଲି ସେ ଚେତାବନୀ ଦେଇଛି। ପାକିସ୍ତାନୀ ଡନ୍ ଶହଜାଦ ଭଟ୍ଟିର ଦୁଇଟି ଭିଡିଓ ସାମ୍ନାକୁ ଆସିଛି। ଯେଉଁଥିରେ ସେ ମିଥୁନ ଚକ୍ରବର୍ତ୍ତୀଙ୍କ ବୟାନ ଉପରେ ଧମକ ଦେଉଥିବା ଶୁଣିବାକୁ ମିଳୁଛି।ଗତ ମାସରେ ଉତ୍ତର ୨୪ ପରଗନା ଜିଲ୍ଲାରେ ଏକ ଦଳୀୟ କାର୍ଯ୍ୟକ୍ରମରେ ଦାଦାସାହେବ ଫାଲକେ ପୁରସ୍କାର ବିଜେତା ମିଥୁନ ଚକ୍ରବର୍ତ୍ତୀ ଉସୁକାଇବା ଭଳି ଏକ ଭାଷଣ ଦେଇଥିଲେ। ଯାହାକୁ ନେଇ ଅଭିଯୋଗ ବି ହୋଇଥିଲା। ଏମିତି କି ମିଥୁନଙ୍କ ବିରୋଧରେ ମାମଲା ବି ରୁଜୁ କରାଯାଇଥିଲା।