thelifelinemedia
Latest Odisha News, Breaking News Today

ମାର୍ଗଶିର ମାସ ଗୁରୁବାରରେ ମା ଲକ୍ଷ୍ମୀଙ୍କ ନିକଟରେ ମାଣ୍ଡିଆ ଭୋଗ ଲାଗି ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ

ଭୁବନେଶ୍ୱର: ରାଜ୍ୟର ସମସ୍ତ ମା ମାନଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ନିବେଦନ। ମାର୍ଗଶିର ମାସ ଗୁରୁବାରରେ ମା ଲକ୍ଷ୍ମୀଙ୍କ ନିକଟରେ ମାଣ୍ଡିଆ ଏବଂ ମାଣ୍ଡିଆ ଦ୍ୱାରା ପ୍ରସ୍ତୁତ ଭୋଗ ଲାଗି କରିବାକୁ ରାଜ୍ୟର ସମସ୍ତ ମା ମାନଙ୍କୁ ନିବେଦନ କଲେ ମୁଖ୍ୟମନ୍ତ୍ରୀ। ଏହାସହ ମାଣ୍ଡିଆ ଦ୍ୱାରା ପ୍ରସ୍ତୁତ ବ୍ୟଞ୍ଜନ ପରିବାର ଲୋକଙ୍କୁ ଖୁଆଇବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଅନୁରୋଧ କରିଛନ୍ତି। ଶ୍ରୀ ଅନ୍ନ ଓ ବିସ୍ତୃତ ଖାଦ୍ୟ ସମ୍ମିଳନୀରେ ଯୋଗଦେଇ ମୁଖ୍ୟମନ୍ତ୍ରୀଙ୍କ ଏଭଳି ନିବେଦନ କରିଛନ୍ତି।

ସବୁ ଲୋକଙ୍କ ଥାଳିରେ ମାଣ୍ଡିଆ ପହଞ୍ଚାଇବା ସରକାରଙ୍କ ଲକ୍ଷ୍ୟ ରଖିଛନ୍ତି। ମିଡ ଡେ ମିଲ ରେ ମାଣ୍ଡିଆ ଦିଆଯାଉଛି। ଆଗକୁ ଲୋକଙ୍କ ଥାଳିରେ ମାଣ୍ଡିଆ ପହଞ୍ଚିବ। ରାନ୍ଧଣା ଶୈଳୀ ବଦଳାଇବା ସହ ମାଣ୍ଡିଆକୁ ଅଧିକ ଆଦୃତ କରିବାକୁ ଫୁଡ୍ ବ୍ଲଗରଙ୍କ ସହାୟତା ନିଆଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। ଏହା ସହ ୧୭୭ ବ୍ଲକରେ ମାଣ୍ଡିଆ ଚାଷ ହେଉଛି। ବର୍ତ୍ତମାନ ମିଲେଟ ହବ ପାଇଁ ବାତାବରଣ ସୃଷ୍ଟି ହୋଇଛି। ମାଣ୍ଡିଆ ଉତ୍ପାଦନ ଓ ବିକ୍ରି ପାଇଁ ସମସ୍ତ ବ୍ୟବସ୍ଥା କରାଯିବ। ମାଣ୍ଡିଆର ଚାହିଦା ବୃଦ୍ଧି ସହ ଚାଷୀକୁ ଚାଷ ପାଇଁ କିପରି ଆଗ୍ରହ ପ୍ରକାଶ କରାଯାଇପାରିବ ସେ ନେଇ ଯୋଜନା ହେଉଛି। ଆଗକୁ ରପ୍ତାନି ବ୍ୟବସ୍ଥା ବି କରାଯିବ। ସରକାରୀ କ୍ୟାଣ୍ଟିନ, ସ୍କୁଲ ଓ ଡାକ୍ତରଖାନାକୁ ମାଣ୍ଡିଆ ଯୋଗାଇ ଦେବାକୁ ବ୍ୟବସ୍ଥା ହେବ। ସେହିପରି ବାଜରା, ଜୱାର ଓ ମାଣ୍ଡିଆର ଆଦୃତ ବଢୁଛି। ମଣ୍ଡିଆରେ ଧାନ ଠାରୁ ୧୦ ଗୁଣ ଖାଦ୍ୟ ତନ୍ତୁ ରହିଛି। କ୍ଷୀର ଠାରୁ ୩ ଗୁଣା କ୍ୟାଲସିୟମ ରହିଛି।ଶ୍ରୀ ଅନ୍ନ ସୁପର ଫୁଡର ମାନ୍ୟତା ପାଇଛି। ସବୁ ସ୍ଥାନରେ ମାଣ୍ଡିଆ ଦ୍ଵାରା ପ୍ରସ୍ତୁତ ଖାଦ୍ୟ ପରସା ଯାଉଛି ଅଧିକ ମାଣ୍ଡିଆ ଚାଷ ଓ ଉତ୍ପାଦନ ପାଇଁ ସର୍ବନିମ୍ନ ସହାୟକ ମୂଲ୍ୟ ଧାର୍ଯ୍ୟ କରାଯାଇଛି ଲୋକଙ୍କ ଥାଳିରେ ମାଣ୍ଡିଆ ପହଞ୍ଚିବା ସରକାରଙ୍କ ଲକ୍ଷ୍ୟ ରହିଛି।

Leave A Reply

Your email address will not be published.