ଜାନୁଆରୀ ପ୍ରଥମ ସପ୍ତାହରୁ ହିତାଧିକାରୀଙ୍କୁ ମିଳିବ ଗହମ: ଇ କେୱାଇସି କାମ ୮୫% ଶେଷ ହୋଇଛି, ୧୬ ଲକ୍ଷରୁ ଅଧିକ ଅଯୋଗ୍ୟ ହିତାଧୀକାରୀ ଚିହ୍ନଟ

ଭୁବନେଶ୍ୱର: ଜାନୁଆରୀ ପ୍ରଥମ ସପ୍ତାହ ରୁ ହିତାଧିକାରୀଙ୍କୁ ମିଳିବ ଗହମ। ଗହମ ଆସି ଯାଇଛି କିନ୍ତୁ ସରକାରୀ ସ୍ତରରେ କାମ ସାରି ନଥିବାରୁ ଦୁଇ ମାସ ବିଳମ୍ୱ ହେବ। କେଉଁ ଜିଲ୍ଲାରୁ କେତେ ହିତାଧିକାରୀଙ୍କ ପାଇଁ କେତେ ଗହମ ର ଆବଶ୍ୟକତା ରହିଛି ତାର ଡାଟା ମଗାଯାଇଛି। କିଛି ହିତାଧିକାରୀ ଗହମ ଚାହୁଁଥିବାବେଳେ କିଛି ଗହମ ଚାହୁଁ ନାହାନ୍ତି। ଏଣୁ ଏ କାମ ସରିବା ପରେ ଲୋକଙ୍କୁ ମିଳିବ ଗହମ ବୋଲି ସୂଚନା ଦେଇଛନ୍ତି ବିଭାଗୀୟ ମନ୍ତ୍ରୀ କୃଷ୍ଣ ପାତ୍ର। ଇକେୱାଇସି କାମ ପ୍ରାୟ ୮୫% ଶେଷ ହୋଇଛି । ୧୬ ଲକ୍ଷରୁ ଅଧିକ ଅଯୋଗ୍ୟ ହିତାଧୀକାରୀ ଚିହ୍ନଟ ହେଲେଣି। ସଂପୂର୍ଣ୍ଣ କାମ ସାରିବାକୁ ଆଉରି ୧୫ ଦିନ ସମୟ ଲାଗିବ। ଏହା ପରେ ଜଣାଯିବ ଯେ କେତେ ଅଯୋଗ୍ୟ ହିତାଧିକାରୀ ରହିଥିଲେ।
ସେହିଭଳି ନଭେମ୍ବର ଶେଷ ସୁଦ୍ଧା ହେବ ବରଗଡ଼ ସୋହେଲାରେ ହେବ ଚାଷୀ ସମାବେଶ। ୧ ଲକ୍ଷ ଚାଷୀ ଯୋଗ ଦେବେ ଏହି ସମାବେଶରେ।ଏଥିପାଇଁ ତମାମ ବ୍ୟବସ୍ଥା ହେବ। ମୁଖ୍ୟମନ୍ତ୍ରୀ ତାରିଖ ଦେବା ପରେ ଦିନ ଧାର୍ଯ୍ୟ ହେବ ବୋଲି ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ମନ୍ତ୍ରୀ କୃଷ୍ଣ ପାତ୍ର।