ଡିସେମ୍ବର ୧୫ରେ ଓଏଏସ୍ ପ୍ରିଲିମ: ବାତ୍ୟା ପାଇଁ ଘୁଞ୍ଚିଥିଲା ପରୀକ୍ଷା

ଭୁବନେଶ୍ୱର: ଓଡ଼ିଶା ସିଭିଲ ସର୍ଭିସେସ (ପ୍ରିଲିମିନାରୀ) ପରୀକ୍ଷା-୨୦୨୩ ପାଇଁ ଆଜି ତାରିଖ ଘୋଷଣା କରିଛି ଓଡ଼ିଶା ଲୋକ ସେବା ଆୟୋଗ ବା ଓପିଏସ୍ସି। ଆସନ୍ତା ଡିସେମ୍ବର ୧୫ ତାରିଖ (ରବିବାର)ରେ ଏହି ପରୀକ୍ଷା ଅନୁଷ୍ଠିତ ହେବ। ଏହି ପରୀକ୍ଷା ପାଇଁ ସଂପୂର୍ଣ୍ଣ ସୂଚୀ ପରବର୍ତ୍ତୀ ସମୟରେ ପ୍ରକାଶ କରାଯିବ ବୋଲି ଓପିଏସ୍ସି ପକ୍ଷରୁ ଜାରି ନୋଟିସରେ କୁହାଯାଇଛି।
ଏହି ପରୀକ୍ଷା ସଂପର୍କିତ ଅନ୍ୟ କିଛି ସୂଚନା ଆସିଲେ, ତାକୁ ଓପିଏସ୍ସିର ୱେବସାଇଟ୍ http://opsc.gov.inରେ ଅପ୍ଲୋଡ୍ କରାଯିବ ବୋଲି ଆଜି ଜାରି କରାଯାଇଥିବା ନୋଟିସ୍ରେ ଦର୍ଶାଯାଇଛି। ପ୍ରାର୍ଥୀମାନେ ନିୟମିତ ବ୍ୟବଧାନରେ ଓପିଏସ୍ସିର ୱେବସାଇଟକୁ ଯାଇ ଏହି ପରୀକ୍ଷା ସଂପର୍କିତ୍ ଅପ୍ଡେଟେଡ୍ ସୂଚନା ପାଇପାରିବେ ବୋଲି ନୋଟିସରେ କୁହାଯାଇଛି।