ସନ୍ଧ୍ୟା ସୁଦ୍ଧା ମିଳିବ ବାତ୍ୟା କ୍ଷୟକ୍ଷତି ଟଙ୍କା:ବାତ୍ୟା କ୍ଷୟକ୍ଷତିରେ ଚୂଡାନ୍ତ ରିପୋର୍ଟ ୪୨୩କୋଟି ୫୫୩ ଲକ୍ଷ ଟଙ୍କା

ଭୁବନେଶ୍ୱର:ସନ୍ଧ୍ୟା ସୁଦ୍ଧା ଯିବ ବାତ୍ୟା କ୍ଷୟକ୍ଷତି ଟଙ୍କା। ଆଜି ସଂଧ୍ୟା ସୁଦ୍ଧା ବିଭିନ୍ନ ଜିଲ୍ଲାକୁ ଅନଲାଇନରେ ପଠାଯିବ ବାତ୍ୟା କ୍ଷୟକ୍ଷତି ଟଙ୍କା ବନ୍ୟା ବାତ୍ୟା କ୍ଷୟକ୍ଷତିରେ ଚୂଡାନ୍ତ ରିପୋର୍ଟ ୪୨୩ କୋଟି ୫୫୩ଲକ୍ଷ ଟଙ୍କା । ଆଜି ଟଙ୍କା ଗଲା ପରେ ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳ ମାନଙ୍କୁ ନିର୍ଦ୍ଦେଶ ରହିଛି ଯେ ୭ ଦିନ ଭିତରେ ଲୋକଙ୍କ ଆକାଉଣ୍ଟକୁ ଟଙ୍କା ପଠାଯିବ। ଯେତେ ଶିଘ୍ର ହେବ ଏହି ଟଙ୍କା ସାତ ଦିନ ଭିତରେ ଦେବା ପାଇଁ ଚେଷ୍ଠା କରାଯିବ। ଆଜି ସନ୍ଧ୍ୟା ସୁଦ୍ଧା ବିଭିନ୍ନ ଜିଲ୍ଲାକୁ ଅନଲାଇନ ରେ ପଠାଯିବ ଟଙ୍କା । ଗତକାଲି ବିଭିନ୍ନ ଜିଲ୍ଲା ଓ ବିଭାଗରୁ ବାତ୍ୟା ଦାନା କ୍ଷୟକ୍ଷତିର ଆକଳନ ପଂହଁଚିଛି | ଓଡ଼ିଶାରେ ସାମଗ୍ରିକ ଭାବେ ଫସଲ, ଘର ଏବଂ ବିଭିନ୍ନ ବିଭାଗ ର ଚୂଡାନ୍ତ ଆକଳନ ୬୧୬ କୋଟି ୧୯ଲକ୍ଷ ୩୦ ହଜାର। ଜଳ ସେଚନ ବିଭାଗ ର କ୍ଷୟ କ୍ଷତି ରିପୋର୍ଟ ଆସିଲା। ବନ୍ୟା ବାତ୍ୟା କ୍ଷୟ କ୍ଷତି ରେ ଚୂଡାନ୍ତ ରିପୋର୍ଟ ୪୨୩କୋଟି ୫୫୩ ଲକ୍ଷ ଟଙ୍କା । ବିଭିନ୍ନ ବିଭାଗର କ୍ଷୟ କ୍ଷତି ଅର୍ଥ ରାଶି ଆଜି ସନ୍ଧ୍ୟା ରେ ବିଭାଗ ମାନଙ୍କୁ ପ୍ରଦାନ କରାଯିବ ବୋଲି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି।