ଭିଜିଲାନ୍ସ ଜାଲରେ ଇଡକୋ ଜୁନିୟର ମ୍ୟାନେଜର : ଅମାପ ସଂପତ୍ତିର ଅଧିକାରୀ ମ୍ୟାନେଜର ବାବୁ

ଭୁବନେଶ୍ବର: ଭିଜିଲାନ୍ସ ଜାଲରେ ଇଡକୋ ଜୁନିୟର ମ୍ୟାନେଜର। ଜୁନିୟର ମ୍ୟାନେଜର ବିଜୟ କୁମାର ଉଦୟସିଂହଙ୍କ ଘରେ ଭିଜିଲାନ୍ସ ରେଡ୍। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭୁବନେଶ୍ବର, ଖୋର୍ଦ୍ଧା ଓ ପୁରୀର ୬ଟି ସ୍ଥାନରେ ଏକକାଳୀନ ରେଡ୍।
ସୂଚନା ଅନୁସାରେ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି ଭୋର ୪ଟାରୁ ଭୁବନେଶ୍ବର, ଖୋର୍ଦ୍ଧା ଓ ପୁରୀର ୬ଟି ସ୍ଥାନରେ ଏକକାଳୀନ ରେଡ୍ କରିଥିଲା ଭିଜିଲାନ୍ସ। ଭୁବନେଶ୍ବର ସ୍ଥିତ ଇଡକୋ ଅଫିସରେ ଚାଲିଛି ଚଢ଼ାଉ। ଚଢ଼ାଉରେ ୮ ଜଣ ଡ଼ିଏସପି, ୮ ଜଣ ପୋଲିସ ସହ ଭିଜିଲାନ୍ସର ଅନ୍ୟ ସଦସ୍ୟମାନେ ସାମିଲ ଅଛନ୍ତି।ପ୍ରାଥମିକ ଆକଳନ ଅନୁସାରେ ଇଡ଼କୋ ଜୁନିୟର ମ୍ୟାନେଜର ବିଜୟ କୁମାର ଉଦୟସିଂହଙ୍କ ଅମାପ ସମ୍ପତ୍ତି ରହିଛି । ଭୁବନେଶ୍ୱରରେ ୩ କୋଟି ୨୨ ଲକ୍ଷ ଟଙ୍କାର ଚାରି ମହଲା ଘର। ପୁରୀ ବାଲୁଖଣ୍ଡ ମୌଜାରେ ରହିଛି ଫ୍ଲାଟ। ଭୁବନେଶ୍ୱରର ପ୍ରାଇମ ଲୋକେସନରେ ଦୁଇଟି ପ୍ଲଟ। ଖୋର୍ଦ୍ଧାରେ ରହିଛି ଗୋଟିଏ ପ୍ଲଟ। ୩୩ ଲକ୍ଷ ଟଙ୍କାର ବ୍ୟାଙ୍କ ଜମା। ନଗଦ ୪ ଲକ୍ଷ ୫୦ ହଜାର ଟଙ୍କା ଜବତ। ଏପର୍ଯ୍ୟନ୍ତ ମୋଟ୍ ସମ୍ପତ୍ତି ସମ୍ପର୍କରେ କୌଣସି ସବିଶେଷ ତଥ୍ୟ ମିଳିନି।