ନିଜ ମାଟିରେ ମାଟି କାମୁଡ଼ିଲା ଭାରତ:କ୍ଲିନ ସୁଇପ କଲା ନ୍ୟୁଜିଲାଣ୍ଡ

ବ୍ୟୁରୋ: ନିଜ ମାଟିରେ ମାଟି କାମୁଡ଼ିଲା ଭାରତ। ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ଶୃଙ୍ଖଳା ହାରିଛି ଭାରତ। ଭାରତ କେବଳ ଶୃଙ୍ଖଳା ହାରିନି ବରଂ ସରିଜ କ୍ଲିନ ସୁଇପ କରିଛି ନ୍ୟୁଜିଲାଣ୍ଡ। ଓ୍ବାଙ୍ଖଡେ ଷ୍ଟାଡିୟମରେ ଇତିହାସ ରଚିଛି ଟିମ୍ ନ୍ୟୁଜିଲାଣ୍ଡ । ଦୀର୍ଘ ବର୍ଷ ପରେ ପ୍ରଥମ ଥର ପାଇଁ ଟେଷ୍ଟ ମ୍ୟାଚରେ ଘରୋଇ ମାଟିରେ ଭାରତକୁ ହରାଇଛି ଭ୍ରମଣକାରୀ ଦଳ । ତିନି ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜରେ ଭାରତର ଲଜ୍ଜାଜନକ ପରାଜୟ ହୋଇଛି । ପ୍ରଥମ ଓ ଦ୍ୱିତୀୟ ଟେଷ୍ଟରେ ହାରିବା ପରେ ଲାଗୁଥିଲା ଭାରତ ସମ୍ମାନ ରଖିବା ପାଇଁ ତୃତୀୟ ଟେଷ୍ଟ ଜିତିବ। କିନ୍ତୁ ନିରାଶ ହୋଇଛନ୍ତି ଭାରତୀୟ କ୍ରିକେଟ ପ୍ରେମୀ। ୩-୦ରେ ସିରିଜ ପୋଛି ନେଇଛି କିଓ୍ବି ଟିମ୍ । ଶେଷ ମ୍ୟାଚରେ ୨୫ ରନରେ ମେନ ଇନ ବ୍ଲୁ ପରାସ୍ତ ହୋଇଛି । ଉଭୟ ବ୍ୟାଟିଂ ଓ ବୋଲିଂରେ ଏତେଟା ଭଲ ପ୍ରଦର୍ଶନ ନଥିବାରୁ ଟେଷ୍ଟ ସିରିଜରେ ଭାରତ ହାତରୁ ଚାଲିଯାଇଛି। ଶୃଙ୍ଖଳା ହାରିବା ପରେ ଭାରତ ଏବେ ବିଶ୍ୱ ଟେଷ୍ଟ ଚମ୍ପିୟାନସିପରେ ଦ୍ୱିତୀୟରେ ରହିଛି। ଏହି ତାଲିକାରେ ପୂର୍ବରୁ ଦ୍ୱିତୀୟରେ ଥିବା ଅଷ୍ଟ୍ରେଲିଆ ଏବେ ପ୍ରଥମ ସ୍ଥାନକୁ ଯାଇଛି। ନ୍ୟୁଜିଲାଣ୍ଡ ଚାରି ନମ୍ବର ସ୍ଥାନରେ ରହିଛି। ଆଗକୁ ବର୍ଡ଼ର ଗାଭାସ୍କର ଟ୍ରଫି ରହିଛି। ଏହା ଭାରତ ପାଇଁ ଚ୍ୟାଲେଞ୍ଜ ହେବ ଵୋଲି କ୍ରିକେଟ ବିଶେଷଜ୍ଞ କହୁଛନ୍ତି। ଭାରତ ଶୃଙ୍ଖଳା ହାରିବା ପରେ ଚାରିଆଡୁ ଭାରତୀୟ ଟିମକୁ ସମାଲୋଚନା କରାଯାଉଛି।