ବିଦେଶ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ: ଓଡିଶାର ବ୍ୟବସାୟିକ ସଂପ୍ରସାରଣ ପାଇଁ ସିଙ୍ଗାପୁର ଯିବେ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ହେଲା ପରେ ମୋହନ ଚରଣ ମାଝୀ ପ୍ରଥମ ଥର ପାଇଁ ବିଦେଶ ଗସ୍ତ କରିବାକୁ ଯାଉଛନ୍ତି। ତାଙ୍କର ଏହି ଗସ୍ତ ସିଙ୍ଗାପୁରକୁ ହେବ। ଏହି ଗସ୍ତକାଳରେ ସେ ଓଡ଼ିଶାରେ ବ୍ୟବସାୟିକ ସଂପ୍ରସାରଣ ପାଇଁ ଅନ୍ତର୍ଜାତୀୟ ସ୍ତରରେ ଆଲୋଚନା କରିବେ। ଶ୍ରୀ ମାଝୀ ଆସନ୍ତା ୧୮ ତାରିଖ ଦିନ ସିଙ୍ଗାପୁର ଗସ୍ତ କରିବେ ବୋଲି ଜଣାପଡ଼ିଛି।
ନଭେମ୍ବର ୧୮ରୁ ସିଙ୍ଗାପୁର ଗସ୍ତ କରିବେ। ସେଠାରେ ସେ ନଭେମ୍ବର ୨୦ ତାରିଖ ପର୍ଯ୍ୟନ୍ତ ରହିବେ। ଏହି ଗସ୍ତକାଳରେ ସେ ରୋଡ ସୋ’ କରିବେ। ଏଥି ସହିତ ନିବେଶକମାନଙ୍କ ସହିତ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରିବେ ବୋଲି ଜଣାପଡ଼ିଛି। ମୁଖ୍ୟମନ୍ତ୍ରୀ ଉତ୍କର୍ଷ ଓଡ଼ିଶା-ମେକ୍ଇନ୍ ଓଡ଼ିଶା କନ୍କ୍ଲେଭ୍-୨୦୨୫ ପାଇଁ ପାଇଁ ସିଙ୍ଗାପୁର ଗସ୍ତ କରିବେ। ଏହି ଗସ୍ତ କାଳରେ ତାଙ୍କ ସହିତ ଶିଳ୍ପମନ୍ତ୍ର ସଂପଦ ସ୍ବାଇଁ ଓ ରାଜ୍ୟ ସରକାରଙ୍କର କିଛି ବରିଷ୍ଠ ଅଧିକାରୀ ରହିବେ।