thelifelinemedia
Latest Odisha News, Breaking News Today

ଯୋଗୀଙ୍କୁ ହତ୍ୟା ଧମକ ଦେବା ପଛରେ ଯୁବତୀ: ସାମ୍ନାକୁ ଆସିଲା ସାଙ୍ଘାତିକ ତଥ୍ୟ 

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ହତ୍ୟା ଧମକ ଦେବା ପଛରେ ଥିବା ୨୪ ବର୍ଷୀୟ ଯୁବତୀଙ୍କୁ ପୁଲିସ୍‌ ଗିରଫ କରିଛି। ଯଦି ୧୦ ଦିନ ଭିତରେ ଯୋଗୀ ଆଦିତ୍ୟନାଥ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ନ ଦେବେ, ତା’ହେଲେ ତାଙ୍କୁ ମୁମ୍ବାଇର ରାଜନେତା ବାବା ସିଦ୍ଦିକିଙ୍କ ଭଳି ହତ୍ୟା କରାଯିବ ବୋଲି ଧମକ ମିଳିଥିଲା।

ଏହାର ତଦନ୍ତ ଆରମ୍ଭ ହୋଇଥିବା ମୁମ୍ବାଇ ପୁଣି ଥାନେରୁ ଫାତିମା ଖାନ ନାମକ ଜଣେ ଯୁବତୀଙ୍କୁ ଗିରଫ କରିଛି। ତାଙ୍କ ଫୋନ ନମ୍ବରରୁ ଆଦିତ୍ୟନାଥଙ୍କୁ ଧମକ ମିଳିଥିଲା। ପୁଲିସ ସୂତ୍ରରୁ ଜଣାପଡ଼ିଛି ଯେ ଫାତିମା ବେଶ ଉଚ୍ଚ ଶିକ୍ଷିତା। ହେଲେ ସେ ମାନସିକ ରୋଗରେ ପୀଡ଼ିତ। ଫାତିମା ସୂଚନା ପ୍ରଯୁକ୍ତି ବିଦ୍ୟାରେ ବିଏସସି ଡିଗ୍ରୀ ହାସଲ କରିଛନ୍ତି। ଥାନେରେ ସେ ପରିବାର ଲୋକଙ୍କ ସହ ରୁହନ୍ତି। ତାଙ୍କ ବାପା କାଠ ବ୍ୟବସାୟ କରି ପରିବାର ଚଳାନ୍ତି। ଏବେ ପୁଲିସ୍‌ ଫାତିମାଙ୍କୁ ଗିରଫ କରି ଘଟଣାର ଅଧିକ ତଦନ୍ତ କରୁଛି।

Leave A Reply

Your email address will not be published.