thelifelinemedia
Latest Odisha News, Breaking News Today

ଚାଷ କ୍ଷତିଗ୍ରସ୍ତର ପ୍ରାଥମିକ ରିପୋର୍ଟ: କେନ୍ଦ୍ରାପଡ଼ାରେ ହୋଇଛି ସବୁଠୁ ଅଧିକ କ୍ଷତି

ଭୁବନେଶ୍ୱର: ବାତ୍ୟା ଦାନା ପ୍ରଭାବରେ ହୋଇଥିବା ଚାଷ ଜମି କ୍ଷୟକ୍ଷତିକୁ ନେଇ ପ୍ରାଥମିକ ରିପୋର୍ଟ ଆସିଛି। କେଉଁ କେଉଁ ଜାଗାରେ କେତେ ପରିମାଣର ଚାଷ କ୍ଷତି ହୋଇଛି ତାର ହିସାବ ରଖିଛନ୍ତି ରାଜ୍ୟ ସରକାର। ବିଭାଗୀୟ ମନ୍ତ୍ରୀ କୃଷି ମନ୍ତ୍ରୀ କହିଛନ୍ତି ପ୍ରାଥମିକ ଆକଳନ ରିପୋର୍ଟ ଅନୁଯାୟୀ ରାଜ୍ୟରେ ୧ ଲକ୍ଷ ୯୯ ହଜାର ୧୭୭ଏକର ଜମିରେ ଚାଷ କ୍ଷତିଗସ୍ତ ହୋଇଛି। କେନ୍ଦ୍ରାପଡ଼ାରେ ୨୩ହଜାର ହେକ୍ଟର ଜମି କ୍ଷତି ହୋଇଛି। ତେବେ ସର୍ବାଧିକ ରାଜ କନିକା, ଆଳି, ମହାକାଳପଡ଼ା କ୍ଷତିଗ୍ରସ୍ତ ହୋଇଛି। ବାତ୍ୟା ଦାନା ପ୍ରଭାବରେ ସବୁଠୁ ଅଧିକ ଚାଷ ଜମି କ୍ଷତି ହୋଇଛି କେନ୍ଦ୍ରାପଡ଼ାରେ। ଚାଷଜମି କ୍ଷତି ତାଲିକାରେ ଭଦ୍ରକ ଦ୍ୱିତୀୟ ସ୍ଥାନରେ ରହିଛି। ଭଦ୍ରକରେ ହୋଇଥିବା ଆକଳନ ଅନୁସାରେ ମୋଟ ୨୪ ହଜାର ୧୧୫ହେକ୍ଟର ଜମି କ୍ଷତି ହୋଇଛି। ଜିଲ୍ଲାର ବାସୁଦେବପୁର, ଚାନ୍ଦବାଲି, ଭଣ୍ଡାରପୋଖରୀ, ଧାମନଗରରେ କ୍ଷତି ହୋଇଛି। ସେହିପରି ବାଲେଶ୍ୱରରେ ୩୧୪୦ ହେକ୍ଟର ଜମି କ୍ଷତି ହୋଇଛି। ଅନ୍ୟପଟେ ମୟୂରଭଞ୍ଜରେ ମୋଟ ୨୩୮୧ ହେକ୍ଟର ଚାଷ ଜମି କ୍ଷୟକ୍ଷତି ହୋଇଛି। ଯାଜପୁରରେ ୨୭୦୯ ହେକ୍ଟର ଜମି କ୍ଷତି ହୋଇଥିବା ବେଳେ ଜତସିଂହପୁରରେ ୨୪୯୮ ହେକ୍ଟର ଜମି କ୍ଷୟକ୍ଷତି ହୋଇଛି ବୋଲି କୃଷି ବିଭାଗ ତରଫରୁ ପ୍ରାଥମିକ ରିପୋର୍ଟ ଆସିଛି।

Leave A Reply

Your email address will not be published.