thelifelinemedia
Latest Odisha News, Breaking News Today

ଝାରପଡ଼ା ଜେଲରେ କଏଦୀ ଉତ୍ପାତ: ଜେଲ ସୁରକ୍ଷାକୁ ନେଇ ଚିନ୍ତା 

ଭୁବନେଶ୍ୱର: ପୁଣି ଚର୍ଚ୍ଚାରେ ରାଜଧାନୀର ଝାରପଡ଼ା ଜେଲ। ବ୍ଲେଡରେ ଜେଲରଙ୍କ ହାତ କାଟିଦେଲେ କଏଦୀ। ଜେଲ ଭିତରେ ଜେଲରଙ୍କୁ 3 ଜଣ କଏଦୀ ମିଳିତ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଘଟଣାରେ ଜେଲରଙ୍କ ସମେତ 3 ଜଣ ଆହତ ହୋଇଛନ୍ତି। ନିକଟରେ ଜେଲରେ ମାରଣାସ୍ତ୍ର ବୁଲୁଥିବା ଖବର ଆସିଥିବାବେଳେ ଏବେ ଜେଲରଙ୍କୁ କଏଦୀଙ୍କ ଆକ୍ରମଣ ଘଟଣା ସାଧାରଣରେ ଆଲୋଚନାର ବିଷୟ ପାଲଟିଛି।

ଏହି ଘଟଣାରେ ସଂପୃକ୍ତ କଏଦୀମାନଙ୍କ ବିରୋଧରେ ଲକ୍ଷ୍ମୀସାଗର ଥାନାରେ ଏକ ମାମଲା ରୁଜୁ ହୋଇଛି। କଏଦୀ ସନ୍ତୋଷ ନାୟକ, ଅଜୟ ନାୟକ ଓ ନାରଣ ମହନ୍ତି ଏଭଳି କାଣ୍ଡ ଭିଆଇଥିବା ଅଭିଯୋଗ ହୋଇଛି। ସୂଚନା ଅନୁଯାୟୀ ଆକ୍ରମଣକାରୀଙ୍କ ମଧ୍ୟରୁ ଜଣେ ଗତ 22 ତାରିଖରେ ହାତରେ ଛୁରୀ ଧରି ମୋବାଇଲରେ ଭିଡିଓ ସୁଟ୍ କରିଥିଲେ। ଏହି ଘଟଣା ଜଣାପଡ଼ିବା ପରେ ଝାରପଡ଼ା ଜେଲରୁ ଛୁରୀ ଓ ମୋବାଇଲ ଜବତ ହୋଇଥିଲା।

Leave A Reply

Your email address will not be published.