thelifelinemedia
Latest Odisha News, Breaking News Today

ବାତ୍ୟା ଆଣୁଛି ବଡ଼ ବର୍ଷା: ଭଦ୍ରକ, ବାଲେଶ୍ୱର ଓ ମୟୁରଭଞ୍ଜରେ ପ୍ରବଳ ବର୍ଷା ସହିତ ପବନ

ଭୁବନେଶ୍ୱର: ସ୍ଥଳଭାଗ ଛୁଇଁବା ପରେ ବାତ୍ୟା ଦାନା ଉତ୍ତର – ଉତ୍ତର – ପଶ୍ଚିମ ଦିଗକୁ ଗତି କରୁଛି। ବର୍ତ୍ତମାନ ୭ କିଲୋମିଟର ଗତିରେ ଆଗକୁ ବଢୁଛି ବାତ୍ୟା ଦାନା। ଭଦ୍ରକ ଠାରୁ ୪୦କିଲୋମିଟର ଦୂର ଉତ୍ତର – ଉତ୍ତର ପୂର୍ବରେ ଅବସ୍ଥିତ ରହିଛି। ସେପଟେ ଧାମରା ଠାରୁ ମଧ୍ୟ ୭୦ କିଲୋମିଟର ଦୂର ଉତ୍ତର – ଉତ୍ତର ପଶ୍ଚିମରେ ବାତ୍ୟା ଦାନା ରହିଛି। ବାତ୍ୟା ପ୍ରଭାବରେ ଭଦ୍ରକ ଏବଂ ବାଲେଶ୍ୱର ଜିଲ୍ଲାରେ ୭୦ ରୁ ୮୦ ବେଗରେ ପବନ ବୋହୁଛି। ମୟୁରଭଞ୍ଜ ଜିଲ୍ଲାରେ ମଧ୍ୟ ୫୦ରୁ ୬୦ କିଲୋମିଟର ବେଗରେ ପବନ ବୋହିବାର ସମ୍ଭାବନା ରହିଛି। ସେହିଭଳି ଢେଙ୍କାନାଳ, କଟକ, କେଉଁଝର ଏବଂ ଜଗତସିଂହପୁରରେ ମଧ୍ୟ ୪୦ରୁ ୫୦ କିମିରେ ପବନ ବୋହିବ। ଲ୍ୟାଣ୍ଡଫଲ ସମୟରେ କେନ୍ଦ୍ରାପଡା ଏବଂ ଭଦ୍ରକ ଜିଲ୍ଲାରେ ସର୍ବାଧିକ ବର୍ଷା ରେକର୍ଡ କରାଯାଇଛି। ଏହି କାରଣରୁ ଉଭୟ ଜିଲ୍ଲାରେ ଅନେକ ସ୍ଥାନରେ ପାଣି ଜମା ହୋଇ ରହିଛି। ଏହି ଦୁଇଟି ଜିଲ୍ଲାକୁ ମିଶାଇ ମୋଟ ୧୭ଟି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ରେକର୍ଡ କରାଯାଇଛି। ଆଜି ସକାଳୁ ଏ ପର୍ୟ୍ଯନ୍ତ ଚାନ୍ଦବାଲିରେ ୮୦ ମିଲିମିଟର ବର୍ଷା ରେକର୍ଡ ହୋଇସାରିଲାଣି। ବାତ୍ୟା ପ୍ରଭାବରେ ଏବେ ମଧ୍ୟ ବର୍ଷା ଏବଂ ପବନ ଜାରି ରହିଛି। ଆଗାମୀ ୨୪ ଘଣ୍ଟା ମଧ୍ୟରେ ମୟୁରଭଞ୍ଜ, ଭଦ୍ରକ, ବାଲେଶ୍ୱର, କେନ୍ଦୁଝର ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସନ୍ଧ୍ୟା ପରେ ବର୍ଷାର ପ୍ରକୋପ ଧୀରେ ଧୀରେ କମିବ। ଯେହେତୁ ବାତ୍ୟାର ଉଭୟ ପାର୍ଶରେ ଦୁଇଟି ଆଣ୍ଟି – ସାଇକଲୋନିକ ସରକୁଲେସନ ରହିଥିଲା। ଏହା ଫଳରେ ବାତ୍ୟା ଦୁର୍ବଳ ହୋଇଗଲା ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦେଶିକା ମନୋରମା ମହାନ୍ତି କହିଛନ୍ତି।

Leave A Reply

Your email address will not be published.