thelifelinemedia
Latest Odisha News, Breaking News Today

ମୁଖ୍ୟମନ୍ତ୍ରୀ ଶୁଣିଲେ ଲୋକଙ୍କ ଅଭିଯୋଗ: ସମସ୍ୟାର ସମାଧାନ ପାଇଁ ଦେଲେ ପ୍ରତିଶ୍ରୁତି

ଭୁବନେଶ୍ଵର: ଲୋକଙ୍କ ମୁଖ୍ୟମନ୍ତ୍ରୀଙ୍କ ଲୋକଙ୍କ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମର ଆଜି ଥିଲା ପଞ୍ଚମ ପାଳି। ଆଜି ଏହି କାର୍ଯ୍ୟକ୍ରମରେ ଏକ ନିଆରା ମାନବିକତା ପଣ ଦେଖାଇଥିଲେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ। ମୁଖ୍ୟମନ୍ତ୍ରୀ ଅଭିଯୋଗ ଶୁଣାଣି ପ୍ରକୋଷ୍ଠରେ ପହଞ୍ଚି ଗାଡିରୁ ଓହ୍ଲାଇ ପ୍ରଥମେ ଯାଇଥିଲେ ଅପେକ୍ଷାରତ ଦିବ୍ୟାଙ୍ଗ ବ୍ୟକ୍ତି ମାନଂକ ପାଖକୁ। ପ୍ରାୟ ୫୦ ଜଣ ଦିବ୍ୟାଙ୍ଗ ବ୍ୟକ୍ତି ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପାଇଁ ଅପେକ୍ଷାରେ ବସିଥିଲେ। ମୁଖ୍ୟମନ୍ତ୍ରୀ ସମସ୍ତଂକ ପାଖକୁ ଯାଇ ବସିବା ପାଇଁ କହି ନିଜେ ଠିଆ ହୋଇ ସେମାନଙ୍କର ଅଭିଯୋଗ ଶୁଣିଥିଲେ ଏବଂ ଦରଖାସ୍ତ ଗ୍ରହଣ କରିଥିଲେ। କେତେକ ଅଭିଯୋଗକାରୀଙ୍କ ଗୁହାରୀ ଶୁଣି ତତକ୍ଷଣାତ୍ ପଦକ୍ଷେପ ନେବା ପାଇଁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଉଥିଲେ। ଅଭିଯୋଗ ପ୍ରକୋଷ୍ଠକୁ ଆସିଥିବା ଦିବ୍ୟାଙ୍ଗ ଲୋକମାନେ ମୁଖ୍ୟମନ୍ତ୍ରୀଙ୍କର ଏଭଳି ମାନବିକତା ପୂର୍ଣ୍ଣ ବ୍ୟବହାରରେ ଆନନ୍ଦିତ ହୋଇଥିଲେ।

ଅଭିଯୋଗ ନେଇ ଆସିଥିବା ଲୋକଙ୍କୁ ପାଖରେ ବସାଇ ଲୋକଙ୍କ ଦୁଃଖ ଶୁଣୁଛନ୍ତି। ସମାଧାନର ବ୍ୟବସ୍ଥା କରୁଛନ୍ତି। ଧୈର୍ଯ୍ୟ ଧରିବାକୁ ଆଶ୍ଵାସନା ଦେଉଛନ୍ତି। ବରିଷ୍ଠ ପ୍ରଶାସନିକ ଅଧିକାରୀମାନଙ୍କୁ ସମସ୍ୟାର ସମାଧାନ କିପରି ହେବ ସେଥିପାଇଁ ନିର୍ଦ୍ଦେଶ ଦେଇ ଲୋକଙ୍କ ମୁଖ୍ୟମନ୍ତ୍ରୀ ଭାବେ ନିଜକୁ ପ୍ରତିପାଦିତ କରିପାରିଛନ୍ତି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ। ଜୁଲାଇ ୧ ତାରିଖରୁ ଆରମ୍ଭ ହୋଇଥିବା ଅଭିଯୋଗ ଶୁଣାଣି ପ୍ରକ୍ରିୟା ଆଜି ପଞ୍ଚମ ପାଳିରେ ପହଞ୍ଚିଲା। ଲୋକଙ୍କ ସୁବିଧାକୁ ଆଖି ଆଗରେ ରଖି ବର୍ତ୍ତମାନ ଅଭିଯୋଗ ପଞ୍ଜୀକରଣ ପ୍ରକ୍ରିୟାକୁ ସମ୍ପୂର୍ଣ୍ଣ ଭାବରେ ଅନଲାଇନ୍ କରାଯାଇଅଛି। ଏହା ଦ୍ବାରା ଅଭିଯୋଗକାରୀ ମାନଙ୍କୁ ଅଯଥାରେ ଅଧିକ ସମୟ ଅପେକ୍ଷା କରିବାକୁ ପଡୁନାହିଁ। ପ୍ରତି ପାଳିରେ ସମସ୍ତଙ୍କୁ ଉପଯୁକ୍ତ ସମୟ ଦେବାପାଇଁ ସର୍ବାଧିକ ୧୦୦୦ ଅଭିଯୋଗକାରୀଙ୍କୁ ଭେଟିବାର ବ୍ୟବସ୍ଥା କରାଯାଉଛି।

Leave A Reply

Your email address will not be published.