thelifelinemedia
Latest Odisha News, Breaking News Today

୭୮ ବର୍ଷରେ ପାଦ ଦେଲେ ନବୀନ ପଟ୍ଟନାୟକ: ଚାରିଆଡୁ ଛୁଟୁଛି ଶୁଭେଚ୍ଛାର ସୁଅ

ଭୁବନେଶ୍ୱର: ୭୮ବର୍ଷରେ ପାଦ ଦେଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ଆଜି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ। ନବୀନ ନିବାସରେ ବିଜେଡି ନେତା ଓ କର୍ମୀ ପହଞ୍ଚି ନବୀନ ପଟ୍ଟନାୟକଙ୍କୁ ଜନ୍ମଦିନର ଅଭିନନ୍ଦନ ଜଣାଇଛନ୍ତି। ମାର୍ଚ୍ଚ ୫ ତାରିଖ ୨୦୦୦ ମସିହାରେ ନବୀନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ। ତା ପରଠୁ ଦୀର୍ଘ ୨୪ ବର୍ଷ ଧରି ଓଡିଶାର ଶାସନଭାର ସମ୍ଭାଳିଥିଲେ। କିନ୍ତୁ ୨୦୨୪ ରେ ରାଜନୀତିର ପଟ୍ଟ ପରିବର୍ତ୍ତନ ହୋଇଥିଲା। ଏବେ ବିରୋଧୀ ଦଳ ନେତା ଭାବେ ଓଡିଶାବାସୀଙ୍କ ସ୍ୱର ସାଜିଛନ୍ତି ନବୀନ ପଟ୍ଟନାୟକ। ନବୀନଙ୍କ ଜନ୍ମଦିନ ପାଇଁ ବିଜେଡି ଶିବିର ଚଳଚଞ୍ଚଳ। ଓଡିଶାର ବିଭିନ୍ନ ଜାଗାରେ ବିଜେଡି ନେତାଙ୍କ ତରଫରୁ ରକ୍ତଦାନ ଶିବିର ଅନୁଷ୍ଠିତ ହେଉଛି।

ଅନ୍ୟପଟେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ନବୀନ ପଟ୍ଟନାୟକଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି। ସୋସିଆଲ ମିଡ଼ିଆ x ରେ ନବୀନଙ୍କୁ ଜନ୍ମଦିନର ଅଭିନନ୍ଦନ ଜଣାଇଛନ୍ତି। ନବୀନଙ୍କ ଦୀର୍ଘାୟୁ ଓ ନିରାମୟ ଜୀବନ କାମନା କରିଛନ୍ତି ମୋହନ ମାଝୀ।

Leave A Reply

Your email address will not be published.