ବିଜୟା ଦଶମୀରେ ଉତ୍ସବ ମୁଖର ପରିବେଶ : ମାଙ୍କ ଦର୍ଶନ ପାଇଁ ପୂଜା ମଣ୍ଡପରେ ପ୍ରବଳ ଭିଡ଼

ବ୍ୟୁରୋ : ଆଜି ବିଜୟା ଦଶମୀ। ଅସତ୍ୟ ଉପରେ ସତ୍ୟର ଜୟ । ଅଧର୍ମ ଉପରେ ଧର୍ମର ଜୟ। ପାପ ଉପରେ ପୁଣ୍ୟର ବିଜୟର ସ୍ବରୂପ ହେଉଛି ବିଜୟା ଦଶମୀ। ଆଜି ମହିଷାସୁରକୁ ବଧ କରିବେ ମା’ ଦୁର୍ଗା। ମା’ ଜଗଜ୍ଜନନୀଙ୍କ ଆଗମନରେ ଗାଁଠୁ ସହର ସବୁଠି ଉତ୍ସବର ମାହୋଲ। ପୂଜା ମଣ୍ଡପରେ ମା’ଦୁର୍ଗା ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି। ପାରମ୍ପରିକ ରୀତିନୀତି ଅନୁଯାୟୀ ଚାଲିଛି ମା’ଙ୍କ ପୂଜାର୍ଚ୍ଚନା।ପୂଜା ମଣ୍ଡପରେ ଚାଲିଛି ମାଙ୍କ ଦଶମୀ ନୀତି। ଘଣ୍ଟ ଘଣ୍ଟା ମନ୍ତ୍ର ଧ୍ଵନିରେ ଫାଟି ପଡ଼ୁଛି ଗଗନ ପବନ । ଆଜି ଧରାବତରର ଶେଷ ଦିନ । ମନ ଭରି ଦର୍ଶନ କରୁଛି ଭକ୍ତ। ସକାଳୁ ସକାଳୁ ମାଙ୍କ ଆଶୀର୍ବାଦ ଭିକ୍ଷା ଲାଗି ଭକ୍ତଙ୍କ ଭିଡ ଲାଗିବା ଆରମ୍ଭ ହେଲାଣି। ମଣ୍ଡପମାନଙ୍କରେ ମୁଣ୍ମୟୀ ଦେବୀ ପ୍ରତିମାଙ୍କର ଦଶମୀ ପୂଜା ଚାଲିଛି। ବେଦମନ୍ତ୍ରରେ ପ୍ରକମ୍ପିତ ହେଇଛି ପୂଜା ମଣ୍ଡପ। ଭାରତୀୟ କଳା ସଂସ୍କୃତି କାରୀଗରଙ୍କ ନିହାଣ ମୁନରେ ଝଲସୁଛି। ଟ୍ୱିନ ସିଟି କଟକ ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ପୂଜା ମଣ୍ଡପରେ ସମସ୍ତ ତୋରଣ ଅତ୍ୟନ୍ତ ଆକର୍ଷକ ହୋଇଛି। ବଲାଙ୍ଗିରରୁ ବରଗଡ଼ ଏବଂ କୋରାପୁଟରୁ ବ୍ରହ୍ମପୁର ସବୁଠି ମାଙ୍କ ବିଜୟା ଦଶମୀ ବେଶ ଧୁମଧାମରେ ପାଳନ ହେଉଛି। ଓଡିଶାର ପୁରପଲ୍ଲୀ ମାଙ୍କର ଧୁମଧାମରେ ବିଜୟା ଦଶମୀ ପୂଜା ଚାଲିଛି।