thelifelinemedia
Latest Odisha News, Breaking News Today

ପୂଜା ମଣ୍ଡପ ବୁଲିଲେ ରାଜ୍ୟ ବିଜେପି ସଭାପତି: ରାଜ୍ୟବାସୀଙ୍କ ସୁଖ ଓ ସମୃଦ୍ଧି କାମନା କଲେ

କଟକ: ପୂଜାମଣ୍ଡପ ବୁଲିଲେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ। କଟକ ଦଶହରା ବୁଲି ମାଙ୍କ ଆଶିଷ ଭିକ୍ଷା କଲେ। ଦୁର୍ଗାପୂଜା ଅବସରରେ ଦଶମୀ ତିଥି ରବିବାର ଦିନ କଟକର ବିଭିନ୍ନ ପୂଜା ମଣ୍ଡପ ବୁଲି ଦେଖିଛନ୍ତି। ଏଥି ସହିତ ମାଙ୍କର ଆଶୀର୍ବାଦ ଭିକ୍ଷା କରି ରାଜ୍ୟର ସମୃଦ୍ଧି ଏବଂ ସମସ୍ତ ଙ୍କ ର ସୁଖ ଶାନ୍ତି କାମନା କରିଥିଲେ। ଶ୍ରୀ ସାମଲ ମଣ୍ଡପରେ ପହଞ୍ଚିବା ପରେ ସ୍ଥାନୀୟ ମୂରବୀ ଓ ପୂଜା ମଣ୍ଡପ ର କର୍ମକର୍ତ୍ତା ମାନେ ତାଙ୍କୁ ସ୍ଵାଗତ କରିଥିଲେ। ବିଭିନ୍ନ ମଣ୍ଡପ ପକ୍ଷରୁ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ନଗର ସଭାପତି ଲଲାଟେନ୍ଦୁ ବଡୁ, ପୂର୍ବତନ ମନ୍ତ୍ରୀ ସମୀର ଦେ, ବିଜେପି ନେତା ନୟନ କିଶୋର ମହାନ୍ତି, ଦଳୀୟ କର୍ମ କର୍ତ୍ତା ଓ ସଦସ୍ୟ ମାନେ ଉପସ୍ଥିତ ଥିଲେ। ଶ୍ରୀ ସାମଲ କଟକ ସହରର ନୂଆପଡ଼ା, ବିଦ୍ୟାଧରପୁର, କହ୍ନେଇ ପୁର, ଷ୍ଟେସନ ବଜାର, ମାଲଗୋଦାମ, ପ୍ରଫେସର୍ ପଡା, ଥୋରିଆ ସାହି, ଆଦି 30 ଟି ମଣ୍ଡପ ବୁଲି ଦେଖିଥିଲେ। କଟକ ସହର ଏକ ଭାଇ ଚରା ଓ ସଂସ୍କୃତି ପୂର୍ଣ୍ଣ ସହର ଏହି ସହରରେ ଜାତି ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ମିଳି ମିଶି ପର୍ବ ପର୍ବାଣୀ ପାଳନ କରନ୍ତି। ଏହି ପର୍ବ ପର୍ବାଣୀ ମଧ୍ୟରୁ ଶାରଦୀୟ ଦୁର୍ଗାପୂଜା କଟକର ଏକ ମହାନ୍ ପର୍ବ। ଯାହାକି ଓଡ଼ିଶା ପାଇଁ ପଥ ପ୍ରଦର୍ଶକ ହୋଇଥାଏ। କଟକ ସହିତ କାହାକୁ ତୁଳନା କରାଯାଏ ନାହିଁ ବୋଲି ବିଜେପି ରାଜ୍ୟ ସଭାପତି କହିଛନ୍ତି।

Leave A Reply

Your email address will not be published.