thelifelinemedia
Latest Odisha News, Breaking News Today

ରାଜଧାନୀ ସହରାଞ୍ଚଳରେ ୧୦ଟି ସ୍ଥାନରେ ହେବ ରାବଣ ପୋଡି

ଭୁବନେଶ୍ୱର: ଭୁବନେଶ୍ୱର ସହରାଞ୍ଚଳରେ ୧୦ଟି ସ୍ଥାନରେ ହେବ ରାବଣ ପୋଡି କାର୍ଯ୍ୟକ୍ରମ। ନହର କଣ୍ଟା , ଝାରପଡା, ବରମୁଣ୍ଡା, କୋରଡ କଣ୍ଟା, ବାଙ୍କୁଆଲ, ଗୋପାଳପୁର, କୀଟସ୍ ରୋଡ, ସିମୁଲିପାଟନା ଦୋଳ ଯାତ୍ରା ପଡିଆ, କପିଳ ପ୍ରସାଦ ଫୁଟବଲ ପଡିଆ ରେ ହେବ ରାବଣ ପୋଡ଼ି ଅନୁଷ୍ଠିତ ହେବ। ରାବଣ ପୋଡ଼ିକୁ ଶୃଙ୍ଖଳିତ, ସୁରକ୍ଷିତ କରିବାକୁ କମିଶନରେଟ ପୋଲିସର ଗାଇଡଲାଇନ ଜାରି ହୋଇଛି। ରାବଣପୋଡି ସ୍ଥାନରେ ସତର୍କ ତା ଦୃଷ୍ଟିରୁ ଦର୍ଶକ ୧୦୦ମିଟର ଦୂରରେ ରହିବେ।ଲାଇସେନ୍ସ ପ୍ରାପ୍ତ ବାଣ ଦୋକାନରୁ ବାଣ କିଣିବାକୁ ନିର୍ଦ୍ଦେଶ। ନିର୍ଦ୍ଦିଷ୍ଟ ସ୍ଥାନରେ ଆତସବାଜି କରାଯିବ। ନିଷିଦ୍ଧ ଆତସ ବାଜି ବ୍ୟବହାର ନ କରିବାକୁ କୁହାଯାଇଛି। ଦର୍ଶକ ଭିଡ ନିୟନ୍ତ୍ରଣ ବାହାରେ ହେଲେ ଆତସବାଜି ହେବ ନାହିଁ।ଆତସବାଜି କରୁଥିବା ଲୋକ ସ୍ଵତନ୍ତ୍ର ଅଗ୍ନି ନିରାପତ୍ତା ପୋଷାକ ପିନ୍ଧି ନିର୍ଦ୍ଦିଷ୍ଟ ସ୍ଥାନରେ ରହି ଆତସବାଜି ପ୍ରଦର୍ଶନ କରିବେ। ଆତସବାଜି ସରଞ୍ଜାମ ପ୍ରଦର୍ଶନ ସ୍ଥାନକୁ ଯିବାପରେ ସ୍ଵତନ୍ତ୍ର ନିରାପତ୍ତା ବ୍ୟବସ୍ଥା ରେ ରହିବ। ପର୍ଯ୍ୟାପ୍ତ ଫାୟର ଫାଇଟିଂ ସରଞ୍ଜାମ, ଫର୍ଷ୍ଟ ଏଡ ସାମଗ୍ରୀ ସବୁ ସ୍ଥାନରେ ଉପଲବ୍ଧ ରହିବ। ଆତସବାଜି ପରେ ରହିଯାଇଥିବା ଆତସବାଜିକୁ ଉପଯୁକ୍ତ ସ୍ଥାନରେ ନଷ୍ଟ କରାଯିବ ବୋଲି ଗାଇଡ଼ଲାଇନ ରହିଛି।

Leave A Reply

Your email address will not be published.