ତ୍ରୁଟି ଥିଲେ ଫୋନ ଯିବ: ସୁଭଦ୍ରା ଆବେଦନକାରୀଙ୍କ ପାଇଁ ବଡ଼ ଖବର ଦେଲେ ଉପ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ସୁଭଦ୍ରା ଆବେଦନକାରୀଙ୍କୁ ବଡ଼ ଖବର ଦେଇଛନ୍ତି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା। ସୁଭଦ୍ରା ଯୋଜନାରେ ପ୍ରଥମେ କିସ୍ତିରେ ଦୁଇଟି ପର୍ଯ୍ୟାୟରେ ହିତାଧିକାରୀଙ୍କୁ ଟଙ୍କା ମିଳି ସାରିଛି। କିନ୍ତୁ କିଛି ମହିଳା ହିତାଧିକାରୀ ଆବେଦନ କରି ଟଙ୍କା ନ ପାଇ ନିରାଶ ହୋଇଛନ୍ତି। ସେମାନଙ୍କର ଆବେଦନରେ କଣ ତ୍ରୁଟି ରହିଛି ତାହା ସେମାନେ ଜାଣି ପାରୁନାହାନ୍ତି। କାହିଁକି ସେମାନଙ୍କ ପାଖକୁ ଟଙ୍କା ଆସୁନି ତାର କାରଣ ଖୋଜି ପାଉ ନାହାନ୍ତି ହିତାଧିକାରୀ ମାନେ। ସେମାନଙ୍କ ପାଇଁ ଏକ ବଡ଼ କଥା କହିଛନ୍ତି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା। କହିଛନ୍ତି ଯେଉଁମାନେ ଯୋଗ୍ୟ କିନ୍ତୁ ଏଯାଏଁ ପାଇ ନାହାନ୍ତି ସେମାନଙ୍କ ଦ୍ୱନ୍ଦ ଦୂର କଲେ ଉପ ମୁଖ୍ୟମନ୍ତ୍ରୀ। ଆବେଦନରେ ତ୍ରୁଟି ଥିଲେ ଫୋନ କଲ ଯିବ। ଯାହାର କିଛି କମି ରହିଛି ସେମାନଙ୍କୁ ଫୋନ ଯିବ। ବ୍ଲକ ସ୍ତରରେ ଯାଞ୍ଚ ହେବ। ଅଙ୍ଗନ ୱାଡି କର୍ମୀ ମାନେ ପୁଣି ଘରକୁ ଘର ଯିବେ। ସମସ୍ତଙ୍କୁ ଶୁଭଦ୍ରା ଦିଆଯିବ। ଶୁଭଦ୍ରା ଶେଷ ହିତାଧିକାରୀ ନପାଇବା ଯାଏଁ ଦିଆଯିବ। ସମସ୍ତଙ୍କ ପାଖେ ସୁଭଦ୍ରା ପହଂଚିବ। ତୃତୀୟ ପର୍ଯ୍ୟାୟ ବି ଆରମ୍ଭ ହେବ ଠିକଣା ସମୟରେ ଘୋଷଣା ହେବ। ଆଜି ଯାଏଁ କୋଟିଏ ୬୦ ହଜାର ଆବେଦନ ହେଲାଣି। କୋଟିଏ ରୁ ଉର୍ଦ୍ଧ୍ଵ ଲୋକଙ୍କୁ ଦିଆଯିବ। ବଜେଟର କମି ନାହିଁ।ଶେଷ ହିତାଧିକାରୀ ଚୟନ ଯାଏଁ ବାଛିବା ଚାଲିବ.ଦେବା ବି ଚାଲିବ ବୋଲି ଉପ ମୁଖ୍ୟମନ୍ତ୍ରୀ କହିଛନ୍ତି।