thelifelinemedia
Latest Odisha News, Breaking News Today

ପୂଜା ମଣ୍ଡପ ବୁଲିଲେ କଟକ ବାରବାଟୀ ବିଧାୟିକା 

କଟକ: ପୂଜା ମଣ୍ଡପ ବୁଲିଲେ କଟକ ଵାରବାଟି ବିଧାୟିକା ସୋଫିଆ ଫିରଦୋଷ। ରୂପାର ସହରରେ ଦଶହରାର ବେଶ ଆକର୍ଷଣ ଥାଏ।କଟକ ଦୁର୍ଗାପୂଜା ବିଶ୍ୱ ପ୍ରସିଦ୍ଧ। ରାଜ୍ୟ ତଥା ରାଜ୍ୟର କୋଣ ଅନୁକୋଣ ରୁ କଟକ ର ଦୁର୍ଗାପୂଜା ଦେଖି ମା ଙ୍କୁ ଦର୍ଶନ କରିବା ପାଇଁ ଆସିଥାନ୍ତି ଭକ୍ତ।କଟକ ରେ ୧୭୦ରୁ ଉର୍ଦ୍ଧ୍ବ ପୂଜା ମଣ୍ଡପରେ ଦୁର୍ଗାପୂଜା ପାଳନ କରାଯାଉଛି। ୩୪ ଟି ମଣ୍ଡପରେ ଚାନ୍ଦି ମେଢ଼ରେ ଶୋଭା ପାଉଛନ୍ତି ମା। ଆଜି କଟକର ୩୪ ପୂଜା ମଣ୍ଡପ ବୁଲିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଗୋଟିଏ ପଟେ ମୁଖ୍ୟମନ୍ତ୍ରୀ ବୁଲୁଥିବା ବେଳେ ଅନ୍ୟପଟେ କଟକ ଵାରବାଟି ବିଧାୟିକା ସୋଫିଆ ଫିରଦୋଷ କଟକର ବିଭିନ୍ନ ପୂଜା ମୁଣ୍ଡପ ବୁଲି ଜଗତ ଜନନୀ ମା ଙ୍କୁ ଦର୍ଶନ କରିଛନ୍ତି। ଆଜି ସୋଫିଆ କଟକରେ ୩୦ରୁ ଉର୍ଦ୍ଧ୍ବ ପୂଜା ମଣ୍ଡପ ବୁଲି ମା ଙ୍କୁ ଦର୍ଶନ କରିଥିଲେ। କଟକ ମଙ୍ଗଳାବାଗ , ରାଣୀହାଟ , ଦେଉଳସାହି , ବିଡାନାସି , ଚୋଧୁରୀ ବଜାର , ଚାନ୍ଦିନ ଚୌକ ,ବଙ୍ଗାଳି ସାହି, ପିଠାପୁର ଭଳି ବିଭିନ୍ନ ପୂଜା ମଣ୍ଡପ ବୁଲି ମାଙ୍କୁ ଦର୍ଶନ କରିଥିଲେ ସୋଫିଆ। ବିଧାୟିକା ସୋଫିଆ ଙ୍କୁ ପୂଜା ମଣ୍ଡପ ରେ ଦେଖି ବେଶ ଖୁସି ହୋଇଥିଲେ ପୂଜା କମିଟିର ସଦସ୍ୟ ମାନେ।

Leave A Reply

Your email address will not be published.