thelifelinemedia
Latest Odisha News, Breaking News Today

ରାଜଧାନୀରେ ଦଶହରା ବୁଲିଲେ ମୁଖ୍ୟମନ୍ତ୍ରୀ: ସମସ୍ତଙ୍କ ସମୃଦ୍ଧି କାମନା କଲେ ମୋହନ ମାଝୀ 

ଭୁବନେଶ୍ୱର: ରାଜଧାନୀରେ ଦଶହରା ବୁଲିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ବିଭିନ୍ନ ପୂଜା ମଣ୍ଡପ ବୁଲି ମାଙ୍କ ଦର୍ଶନ କରିଛନ୍ତି ମୋହନ ମାଝୀ। ମୁଖ୍ୟମନ୍ତ୍ରୀ କହିଛନ୍ତି ମାଆ ଦୁର୍ଗାଙ୍କ ଆଗମାନ ହୋଇଛି। ଭୁବନେଶ୍ବରର ସହରର ବିଭିନ୍ନ ସ୍ଥାନରେ ଅଷ୍ଟମୀ ପୂଜା ଚାଲିଛି। ଆଜିର ଦିନରେ ସୁଯୋଗ ମିଳିଲା ଦର୍ଶନ ପାଇଁ। ଆଜି ଭୁବନେଶ୍ବରରେ ଏଇଟା ଶେଷ କାର୍ଯ୍ୟକ୍ରମ ଥିଲା । ଓଡିଶାର ଲୋକଙ୍କ ଭାଗ୍ୟ ପରିବର୍ତ୍ତନ ହେଉ ସେମାନଙ୍କ ବିକାଶ ହେଉ। ସମସ୍ତଙ୍କୁ ମାଆ ଦୁର୍ଗା ଶକ୍ତି ପ୍ରଦାନ କରନ୍ତୁ। ନୁଆ ସରକାର ଆସଛନ୍ତି ଲୋକଙ୍କ ବିକାଶ କରିବା ପାଇଁ। ଆଗାମୀ ୫ ବର୍ଷ ପର୍ଯ୍ୟନ୍ତ ମାଆ ଦୁର୍ଗା ଘଣ୍ଟ ଘୋଡାଇ ରଖନ୍ତୁ। ନୂଆ ଓଡିଶା ସମ୍ବୃଦ୍ଧ ଓଡିଶା ଗଠନ କରିବା ପାଇଁ ସମସ୍ତଙ୍କୁ ଶକ୍ତି ପ୍ରଦାନ କରନ୍ତୁ। ନୂଆ ଓଡିଶା ଗଠନ ପାଇଁ ମାଙ୍କ ପାଖରେ ପ୍ରାର୍ଥନା କଲି। ସବୁ ଲୋକଙ୍କୁ ମା ସୁଖ ସମୃଦ୍ଧି ଭରି ଦିଅନ୍ତୁ ଏହା ହିଁ କାମନା କଲି। ନୂଆ ସରକାର ଆସିଛି ବିକାଶ ପାଇଁ। ମୁଁ ମାଙ୍କ ପାଖରେ ସଂକଳ୍ପ କରିଛି ଓଡିଶା ର ବିକାଶ ପାଇଁ। ବିକାଶର ରାସ୍ତା ରେ ସମସ୍ତେ ଅଗ୍ରସର ହୁଅନ୍ତୁ। ଓଡିଶାବାସୀଙ୍କ ଶାନ୍ତି ପାଇଁ ମା ଦୁର୍ଗାଙ୍କ ପାଖରେ କାମନା କରିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

Leave A Reply

Your email address will not be published.