thelifelinemedia
Latest Odisha News, Breaking News Today

ରତ୍ନ ହରାଇଲା ଭାରତ: ୮୬ ବର୍ଷରେ ରତନ ଟାଟାଙ୍କ ଦେହାନ୍ତ, ବିଭିନ୍ନ ମହଲରେ ଶୋକ

ବ୍ୟୁରୋ : ବିଶିଷ୍ଟ ଶିଳ୍ପପତି ରତନ ଟାଟାଙ୍କ ପରଲୋକରେ ସାରା ଦେଶରେ ଶୋକର ଛାୟା ଖେଳି ଯାଇଛି। ଦେଶ ଜଣେ ରତ୍ନକୁ ହରାଇଛି। କେବଳ ବିଜିନେସ ଦୁନିଆରେ ବଡ଼ କ୍ଷତି ନୁହେଁ ସବୁ କ୍ଷେତ୍ରରେ ଅପୂରଣୀୟ ସ୍ଥାନ ସୃଷ୍ଟି କରିଛି ରତନ ଟାଟାଙ୍କ ଅନୁପସ୍ଥିତି।ପଦ୍ମଭୂଷଣ ପୁରସ୍କାର ପ୍ରାପ୍ତ ରତନ ଟାଟା ୮୬ ବର୍ଷ ବୟସରେ ଦକ୍ଷିଣ ମୁମ୍ବାଇର ବ୍ରିଚ୍‌କାଣ୍ଡି ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ବୟସ ବଢିବା ସହିତ ବିଭିନ୍ନ ରୋଗରେ ସେ ପୀଡିତ ଥିଲେ। ଟାଟାଙ୍କ ଦେହେନ୍ତରେ ଭାରତର ଉଦ୍ୟୋଗଜଗତରେ ଏକ ଅପୂରଣୀୟ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ପ୍ରମୁଖ ଶୋକ ବ୍ୟକ୍ତ କରିଛନ୍ତି ।କେବଳ ଭାରତରେ ନୁହେଁ, ବିଶ୍ବବ୍ୟାପୀ ମଧ୍ୟ ଶୋକ ପ୍ରକାଶ ପାଇଛି । ଟାଟାଙ୍କୁ ଭାରତ ସରକାର ପଦ୍ମଭୂଷଣ ଓ ପଦ୍ମବିଭୂଷଣରେ ସମ୍ମାନିତ କରିଥିଲେ । ତାଙ୍କର ଶେଷ ଦର୍ଶନ ପାଇଁ ବହୁବିଶିଷ୍ଟ ବ୍ୟକ୍ତିବିଶେଷ ମୁମ୍ବାଇରେ ପହଞ୍ଚିବାରେ ଲାଗିଛନ୍ତି । ସନ୍ଧ୍ୟାରେ ରାଷ୍ଟ୍ରୀୟ ସମ୍ମାନ ସହିତ ତାଙ୍କର ଶେଷକୃତ୍ୟ ସମ୍ପର୍ଣ୍ଣ ହେବ ।

କେବଳ ଭାରତ ନୁହେଁ ସାରା ଜଗତରେ ଥିଲେ ଜଣେ ପରିଚିତ ଶିଳ୍ପପତି। ୧୯୯୧ରୁ ସେ ଟାଟା ଗ୍ରୁପ୍ର ଦାୟିତ୍ଵ ନେଇଥିଲେ। ୨୦୧୨ ଡିସେମ୍ବର ୨୮ରେ ଅବସର ଗ୍ରହଣ କରିବା ପର୍ଯ୍ୟନ୍ତ ଦାୟିତ୍ବ ସମ୍ପାଦନ କରିଥିଲେ। ତାଙ୍କ କାର୍ଯ୍ୟକାଳ ମଧ୍ୟରେ ଟାଟାର ବ୍ୟବସାୟ ଶିଖର ଛୁଇଁଥିଲା।

Leave A Reply

Your email address will not be published.