ବିଜେଡିରୁ ଇସ୍ତଫା ଦେଲେ ପ୍ରକାଶ ବେହେରା: କହିଲେ ଏବେ ସାଲେପୁର_ଟାଙ୍ଗୀ ବାସୀଙ୍କ ପାଇଁ କାମ କରିବେ

କଟକ: ବିଜେଡିରୁ ଇସ୍ତଫା ଦେଲେ ସାଲେପୁରର ପୂର୍ବତନ ବିଧାୟକ ପ୍ରକାଶ ବେହେରା। ଦଳର ସଭାପତି ନବୀନ ପଟ୍ଟନାୟକଙ୍କୁ ପଠାଇଛନ୍ତି ଇସ୍ତଫା ପତ୍ର। ଗତ ନିର୍ବାଚନରେ ବିଜେଡି ଦଳ ତରଫରୁ କଟକ ବାରବାଟୀରୁ ଆସନରୁ ପ୍ରାର୍ଥୀ ହୋଇଥିଲେ ପ୍ରକାଶ। ୨୦୧୪ ରେ ସାଲେପୁରରୁ କଂଗ୍ରେସ ଟିକେଟ୍ରେ ଜିତିଥିଲେ ପ୍ରକାଶ। ୨୦୨୪ ନିର୍ବାଚନରେ ସେ ବିଜେଡିରୁ କଟକ ବାରବାଟୀ ବିଧାୟକ ପ୍ରାର୍ଥୀ ଥିଲେ କିନ୍ତୁ ପରାଜିତ ହୋଇଥିଲେ। ପ୍ରକାଶ କହିଛନ୍ତି ସ୍ବାଧିନ ଭାବେ ଲୋକଙ୍କ ପାଖକୁ ଯିବି ସେବା କରିବି। ମୋ କର୍ମୀ ସମର୍ଥକ ଯାହା କହିବେ ସେହି ନିଷ୍ପତ୍ତି ନେବି ବୋଲି କହିଛନ୍ତି ପ୍ରକାଶ ଚନ୍ଦ୍ର ବେହେରା। ସାଲେପୁରରୁ ନିର୍ବାଚନ ଲଢ଼ିବି କିନ୍ତୁ କଟକ ବାରବାଟୀରେ ନିର୍ବାଚନ ଲଢ଼ିଥିଲେ ସେଥି ପାଇଁ ସେହି ଅଞ୍ଚଳର ଲୋକଙ୍କ ପାଇଁ ମୋର ଦାୟିତ୍ୱ ରହିବ।
ଅନ୍ୟପଟେ ପ୍ରକାଶ ଚନ୍ଦ୍ର ବେହେରାଙ୍କ ବିଜେଡି ଛାଡିବା ନେଇ ସାଲେପୁର ବିଜେଡି ବିଧାୟକ ପ୍ରଶାନ୍ତ ବେହେରାଙ୍କ ପ୍ରତିକ୍ରିୟା। ପ୍ରକାଶ ଦଳ ଛାଡିବା ନେଇ ବିଜେଡି ଉପରେ କିଛି ପ୍ରଭାବ ପଡିବ ନାହିଁ। ସେ ପୂର୍ବରୁ କଂଗ୍ରେସରୁ ବିଧାୟକ ଥିଲେ। ସେ ବିଧାୟକ ଥିବାବେଳେ ସାଲେପୁରରେ ବିଜେଡି ପଞ୍ଚାୟତ ସମିତି ଓ ଜିଲ୍ଲା ପରିଷଦ ଦଖଲ କରିଥିଲା। ୨୦୧୯ ରେ ମୋ ସହିତ ବିଜେପି ରୁ ଲଢ଼ିଥିଲେ। ସେତେବେଳେ ମୁଁ ୩୨୫୦୦ ଭୋଟରେ ବିଜୟ ହୋଇଥିଲି। ସେ ସବୁବେଳେ କ୍ଷମତା ପାଇଁ ଲାଳାୟିତ। ତେଣୁ ସାଲେପୁର ବିଜେଡିରେ କୌଣସି ପ୍ରଭାବ ପଡିବ ନାହିଁ ବୋଲି ପ୍ରଶାନ୍ତ ବେହେରା ଦୃଢୋକ୍ତି କରିଛନ୍ତି। ଅନ୍ୟପଟେ ବିଜେଡି ଛାଡ଼ିବା ପରେ ପ୍ରକାଶ ଆଗକୁ କେଉଁ ଦଳକୁ ଯିବେ ସେ ନେଇ କିଛି ଜଣାପଡିନି।