thelifelinemedia
Latest Odisha News, Breaking News Today

ଦୁର୍ଗା ପୂଜା ପାଇଁ ଗାଇଡଲାଇନ ଜାରି କଲା ବିଏମସି

ଭୁବନେଶ୍ୱର: ଓଡ଼ିଶା ରାଜଧାନୀରେ କିପରି ଶାରଦୀୟ ଦୁର୍ଗା ପୂଜା ଶାନ୍ତି ଶୃଙ୍ଖଳାର ସହ ଶେଷ ହେବ ଓ ଏହା ସହ କିପରି ପରିବେଶ ଅନୁକୂଳ ରହିବ ସେନେଇ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ନିଆଯାଇଛି । ଏନେଇ ବୁଧବାର ଭୁବନେଶ୍ୱର ମ୍ୟୁନିସିପାଲ କର୍ପୋରେସନ (ବିଏମସି) ଦ୍ୱାରା ଏକ ନିର୍ଦ୍ଦେଶନାମା ଜାରି କରାଯାଇଛି ।

ପ୍ରଦୂଷଣ ମୁକ୍ତ, ମୂର୍ତ୍ତି ପାଇଁ ପ୍ଲାଷ୍ଟିକ ବଦଳରେ ବାୟୋଡିଗ୍ରେଡେବଲ୍ ସାମଗ୍ରୀ ଏବଂ ପ୍ରତିମା ପାଇଁ ପ୍ରାକୃତିକ ରଙ୍ଗ ବ୍ୟବହାର କରିବାକୁ ବିଏମସି ଲକ୍ଷ୍ୟ ରଖିଛି । ସେହିପରି ପୂଜା ପେଣ୍ଡାଲ ନିକଟରେ ପର୍ଯ୍ୟାପ୍ତ ପରିମାଣର ଡଷ୍ଟବିନ ଯୋଗାଇଦେବା ଏବଂ ନିର୍ଦ୍ଧିଷ୍ଟ ସ୍ଥାନରେ ମୂର୍ତ୍ତିଗୁଡ଼ିକୁ ବିସର୍ଜନ କରିବାକୁ ପୂଜା କମିଟିମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।ପୂଜା ସମୟରେ କୌଣସି ପ୍ରକାର ସର୍ଟ ସର୍କିଟ ହେଉ କିମ୍ବା କୌଣସି କାରଣରୁ ଅଗ୍ନି ଦୁର୍ଘଟଣାରୁ ରକ୍ଷା ପାଇବା ପାଇଁ ପର୍ଯ୍ୟାପ୍ତ ପଦକ୍ଷେପ ନିଶ୍ଚିତ କରିବାକୁ ନାଗରିକ ସଂଗଠନ ପୂଜା କମିଟିମାନଙ୍କୁ ନିର୍ଦ୍ଦେଶ ଦେଇଛି ।

Leave A Reply

Your email address will not be published.