thelifelinemedia
Latest Odisha News, Breaking News Today

କଟକ ଦଶହରାରେ ଜଗିବେ ୬୫ ପ୍ଲାଟୁନ ଫୋର୍ସ: ସୁରକ୍ଷା ବଳୟରେ ରହିବ ପୁରା ସହର

କଟକ: କଟକ ଦଶହରା ଓ ଭସାଣୀକୁ ଶାନ୍ତି ଶୃଙ୍ଖଳାର ସହ କରିବାକୁ କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ। କଟକ ଜଗିବେ ୬୫ ପ୍ଲାଟୁନ ଫୋର୍ସ। ଦୁର୍ଗାପୂଜା ପ୍ରସ୍ତୁତି ନେଇ ଡିସିପି ଜଗମୋହନ ମୀନାଙ୍କ ପ୍ରତିକ୍ରିୟା। ୫ ଏଡିସିପି, ୨୫ ଏସିପି, ୩୦ ଇନ୍ସପେକ୍ଟର ମୃତୟନ ରହିବେ। ୧୮୦ ଏଏସଆଇ, ୨ କମ୍ପାନୀ ସିଆରପିଏଫ୍ ଯବାନ ରହିବେ। ସୁନା, ରୁପା ମେଢରେ ବନ୍ଧୁକଧାରୀ ପୋଲିସ ସଜାଗ ରହିବେ। ସହରର ଅତିରିକ୍ତ ସ୍ଥାନରେ ଏଡପୋଷ୍ଟ ସହ ଟ୍ରାଫିକ ପାଇଁ ସ୍ଵତନ୍ତ୍ର ବ୍ୟବସ୍ଥା ହେବ।

ଭସାଣୀରେ ରାତି ବାରଟା ପରେ ପାରମ୍ପରିକ ବାଦ୍ୟ ବନ୍ଦ କରାଯିବା ପ୍ରସଙ୍ଗରେ ପୂର୍ଣ୍ଣଛେଦ ପକାଇଛନ୍ତି ଡିସିପି। ଭସାଣୀରେ ରାତି ୧୨ଟା ପରେ ପାରମ୍ପରିକ ବାଦ୍ୟ ନିର୍ଦ୍ଧାରିତ ସାଉଣ୍ଡ ଲିମିଟରେ ବାଜିବ। ଏଥିରେ ବ୍ୟତିକ୍ରମ ହେଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ଡିସିପି। ଏତଦ୍ ବ୍ୟତୀତ ପୂଜା ବୁଲିବା ପାଇଁ ଲୋକ ଯାଇଥିବା ବେଳେ ବିଭିନ୍ନ ସ୍ଥାନରେ ଘରୁ ଚୋରି ହେବାର ଅଭିଯୋଗ ଆସିଥାଏ। ତେଣୁ ସମସ୍ତ ଥାନାର ଅଧିକାରୀ ଥାନା କର୍ମଚାରୀ ମାନେ ପାଟ୍ରୋଲିଂକୁ କଡାକଡି କରିବା ସହ ବିଭିନ୍ନ ସାହି ଗଳିକନ୍ଦି ବୁଲି ନଜର ରଖିବେ ବୋଲି କହିଛନ୍ତି ଡିସିପି।

Leave A Reply

Your email address will not be published.