thelifelinemedia
Latest Odisha News, Breaking News Today

ମନ୍ତ୍ରୀମାନଙ୍କର ପ୍ରାଇଭେଟ ସେକ୍ରେଟାରୀ ଓ ଓଏସଡି ନିଯୁକ୍ତି: ସ୍ୱଚ୍ଛତା ନିୟମ ଜାରି କଲେ ରାଜ୍ୟ ସରକାର

ଭୁବନେଶ୍ୱର: ମନ୍ତ୍ରୀମାନଙ୍କର ପ୍ରାଇଭେଟ ସେକ୍ରେଟାରୀ ଓ ଓଏସଡି ନିଯୁକ୍ତି ପାଇଁ ସ୍ୱଚ୍ଛତା ନିୟମ ଜାରି କଲେ ରାଜ୍ୟ ସରକାର। ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏ ନେଇ ଗାଇଡ଼ଲାଇନ ଜାରି କରାଯାଇଛି। ରାଜ୍ୟର କେଉଁ ପ୍ରଶାସନିକ ଅଫିସରଙ୍କୁ ପ୍ରାଇଭେଟ ସେକ୍ରେଟାରୀ ଓ ଓଏସଡି ଭାବେ ନିଯୁକ୍ତି ଦେବେ ତାହା ସଂପୃକ୍ତ ମନ୍ତ୍ରୀଙ୍କ ଇଚ୍ଛାଧୀନ ବିଷୟ। କିନ୍ତୁ ସେହି ଅଫିସର ସ୍ୱଚ୍ଛ ଏବଂ ତାଙ୍କର କନଫିନଡେନସିଆଲ କ୍ୟାରେକ୍ଟର ରୋଲ ବା ସିସିଆର ଭେରି ଗୁଡ଼ ଅଥବା ଆଉଟଷ୍ଟାଣ୍ଡିଙ୍ଗ ଥିବା ଆବଶ୍ୟକ। ତାଙ୍କ ବିରୋଧରେ କୌଣସି ବିଭାଗୀୟ କାର୍ଯ୍ୟାନୁଷ୍ଠାନ ହୋଇ ନଥିବା ଆବଶ୍ୟକ। ସଂପୃକ୍ତ ଅଫିସରଙ୍କ ବିରୋଧରେ କୌଣସି ଅପରାଧିକ ମାମଲା ନଥିବା ସହିତ ଭିଜିଲାନ୍ସ ମାମଲା ମଧ୍ୟ ନ ଥିବା ଆବଶ୍ୟକ। ପୂର୍ବରୁ ସେ କୌଣସି ପ୍ରକାର ଦୁର୍ନୀତି ମାମଲାରେ ଛନ୍ଦି ହୋଇ ନଥିବେ। ତାଙ୍କ ବିରୋଧରେ କୌଣସି ନକରାତ୍ମକ ମନ୍ତବ୍ୟ ଚାକିରୀ କ୍ଷେତ୍ରରେ ନ ଥିବ। ସେ ଗତ ୫ ବର୍ଷରେ ପ୍ରାଇଭେଟ ସେକ୍ରେଟାରୀ କିମ୍ବା ଓଏସଡି ଭାବେ ଅବସ୍ଥାପିତ ହୋଇ ନଥିଲେ। ପ୍ରାଇଭେଟ ସେକ୍ରେଟାରୀ ଓ ଓଏସଡି ଥିଲେ ଅତି କମରେ ୫ ବର୍ଷର ବ୍ୟବଧାନ ଜରୁରୀ କରାଯାଇଛି। ବିଗତ ୩୬ ମାସର ସିସିଆର ଓ ପିଏଆର ରେକର୍ଡ ଭେରି ଗୁଡ଼ ବା ଆଉଟଷ୍ଟାଣ୍ଡିଙ୍ଗ ଥିବ ବୋଲି ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ଗାଇଡ଼ଲାଇନରେ କୁହାଯାଇଛି। ମନ୍ତ୍ରୀ ମାନେ ରାଜ୍ୟବାସୀଙ୍କ ଅଭିଯୋଗ ଶୁଣିବା ବେଳେ ତାହା ନିରପେକ୍ଷ ଓ ସ୍ୱଚ୍ଛତା ଅବଲମ୍ବନ ପାଇଁ ସରକାରଙ୍କ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି।

Leave A Reply

Your email address will not be published.