ହରିୟାଣା ନିର୍ବାଚନ ଏକଜିଟ ପୋଲକୁ ନେଇ ଏମିତି କହିଲା ବିଜେଡି

ଭୁବନେଶ୍ୱର: ହରିୟାଣା ଏକଜିଟପୋଲ ସହିତ ଓଡିଶାକୁ ଲିଙ୍କ କରା ନ ଯାଉ। ଆମେ ହାରିଥିଲେ ମଧ୍ୟ ଅଧିକ ଭୋଟ ପାଇଛୁ। ଯେଉଁ ନିର୍ବାଚନ ହରିୟାଣାରେ ହୋଇଛି, ତାହା ସ୍ୱଚ୍ଛ ହୋଇଥିବ ବୋଲି ଆଶା କରୁଛୁ।ଯାହା ଟ୍ରେଣ୍ଡ ଅଛି, ତାହା କ୍ଷମତାରେ ଥିବା ଦଳକୁ ପ୍ରତ୍ୟାଖ୍ୟାନ କରିବ ବୋଲି ଆମେ ପ୍ରାଥମିକ ସ୍ତରରୁ ଜାଣିବାକୁ ପାଉଛୁ। ହରିୟାଣା ଓ ଓଡ଼ିଶା ନିର୍ବାଚନ ସହ ଲିଙ୍କ ନ କରନ୍ତୁ। ଗତ ନିର୍ବାଚନରେ ବିଜେଡି ଅଧିକ ଭୋଟ ପାଇଛି ବୋଲି ବିଜେଡି ପକ୍ଷରୁ ଦଳର ମୁଖପାତ୍ର ଲେନିନ ମହାନ୍ତି କହିଛନ୍ତି। କହିଛନ୍ତି ଏକଜିଟ ପୋଲ ଏକଯାକଟ ପୋଲ ହେଉ. କାରଣ ଏଥିରେ ଅନେକ ଫରକ ଥାଏ. ଯେପରି ADR ଓଡ଼ିଶା କ୍ଷେତ୍ରରେ କହିଲା ଯେ ଅନେକ ଭୋଟର ସୁରାକ ନାହିଁ। ଯେତେ ଭୋଟ ହୋଇଛି ଓ ଯାହା ଆସିଛି, ତାହା ଭିତରେ ଗ୍ୟାପ କଥା ADR ରିପୋର୍ଟ କହିଛି। ଆଗକୁ ଯାହା ନିର୍ବାଚନ ହେବ, ଲୋକେ ସ୍ଥିର କରି ସାରିଲେଣି ବିଜେଡିକୁ ଭୋଟ ଦେବାକୁ। କାରଣ ଡବଲ ଇଂଜିନ ସରକାର ଅନେକ ସମସ୍ୟାରେ ମୁହଁ ଫିଟାଉ ନାହାନ୍ତି। ଟ୍ରିପଲ ଇଂଜିନ କ୍ଷେତ୍ରରେ ଯେପରି ମହାନଦୀ ପ୍ରସଙ୍ଗରେ ଚୁପ। ହିମନ୍ତ ବିଶ୍ୱଶର୍ମା ରାଜଭବନ ଆସୁଛନ୍ତି ଓ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଝାଡ଼ଖଣ୍ଡ ଯାଉଛନ୍ତି ପ୍ରଚାର କରିବାକୁ। ଯାହା ପ୍ରତିଶୃତି ଦେଇଥିଲେ ସୁଭଦ୍ରା କିସ୍ତି ସମସ୍ତେ ପାଇବେ, ତାହା ହେଲାନି। ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡିଛି। ତେଣୁ ସବୁ ନିର୍ବାଚନ ବିଜେଡି ଜିତିବ। କାରଣ ତା ସବୁ ଚିତ୍ର ଲୋକେ ଜାଣିଲେଣି। ମିଛ କହିବାର ଅଭ୍ୟାସ ଥିବା ସରକାରକୁ ଲୋକେ ପ୍ରତ୍ୟାଖ୍ୟାନ କରିବେ ବୋଲି ବିଜେଡି କହିଛି।