thelifelinemedia
Latest Odisha News, Breaking News Today

ଚାଷୀଙ୍କ ଖାତାକୁ ଆସିଲା ପିଏମ କିଷାନ କିସ୍ତି: ପାର୍ବଣ ଉପହାର ଦେଲେ ମୋଦୀ 

ନୂଆଦିଲ୍ଲୀ: ଚାଷୀ ପାଇଲେ ପିଏମ କିଷାନ କିସ୍ତି। ଚାଷୀଙ୍କ ଆକାଉଣ୍ଟକୁ ଆସିଲା ୨୦୦୦ ଟଙ୍କା। ଆଜି ୧୮ତମ ପିଏମ କିଷାନ କିସ୍ତି ମିଳିଛି। ପ୍ରଧାନମନ୍ତ୍ରୀ ଏହି ୧୮ତମ କିସ୍ତି ଉଦଘାଟନ କରିଛନ୍ତି। ଡିବିଟି ଜରିଆରେ ଏହି କିସ୍ତି ଚାଷୀଙ୍କ ଖାତାକୁ ପ୍ରଦାନ କରାଯାଇଛି। ପ୍ରଧାନମନ୍ତ୍ରୀ ମହାରାଷ୍ଟ୍ରର ୱାସୀମରୁ ୯.୪କୋଟି ଚାଷୀଙ୍କ ଖାତାକୁ ୨୦ ହଜାର କୋଟି ଟଙ୍କା ପ୍ରଦାନକରି ପାର୍ବଣର ଉପହାର ଦେଇଛନ୍ତି | ଚାଷୀଙ୍କୁ ମିଳିଛି ପିଏମ କିସାନ ସମ୍ମାନ ନିଧି ଯୋଜନାରେ ୧୮ତମ କିସ୍ତି | ଓଡିଶାର ୩୧ ଲକ୍ଷ ୫୧ ହଜାର ୭୦୦ ଚାଷୀଙ୍କ ଆକାଉଣ୍ଟକୁ ଯାଇଛି ଟଙ୍କା।

‘ପିଏମ କିଷାନ’ ଯୋଜନା ଏକ କେନ୍ଦ୍ରୀୟ କୃଷି କଲ୍ୟାଣ ଯୋଜନା ହୋଇଥିବା ବେଳେ ୨୦୧୯ ମସିହା ଫେବୃଆରୀରେ ଏହା ଆରମ୍ଭ ହୋଇଥିଲା। ଏହି ଯୋଜନା ଅଧୀନରେ ଯୋଗ୍ୟ ଚାଷୀଙ୍କୁ ସିଧାସଳଖ ବେନିଫିଟ ଟ୍ରାନ୍ସଫର (ଡିବିଟି) ମୋଡରେ ବାର୍ଷିକ ତିନୋଟି କିସ୍ତିରେ ୬ ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଉଛି ।

Leave A Reply

Your email address will not be published.