thelifelinemedia
Latest Odisha News, Breaking News Today

ବିଜେଡି ଓଡ଼ିଶାର ଏବେ ବି ସବୁଠାରୁ ବଡ଼, ଶକ୍ତିଶାଳୀ ଓ ଲୋକପ୍ରିୟ ଦଳ

ଭୁବନେଶ୍ୱର: ବିଜେଡି ଓଡିଶାର ସବୁଠୁ ବଡ଼ ଦଳ।ଶାସନ ଥିଲେ ବି ଚାଲେ, ଶାସନରେ ନଥିଲେ ବି ଚାଲେ।ପଦଯାତ୍ରା ଯାହା ଅନେକ ବର୍ଷରୁ ଚାଲିଛି, ଗାନ୍ଧୀ ଜୟନ୍ତୀରୁ ଆରମ୍ଭ ହୁଏ। ବିରୋଧୀ ଦଳ ଭାବେ ଏଥର ପଦଯାତ୍ରା କରୁଛୁ. ମହତ ଉଦେଶ୍ୟ ନେଇ ଏହା ହେଉଛି ବୋଲି କହିଛନ୍ତି ବରିଷ୍ଠ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟ। ସେ କହିଛନ୍ତି ସରକାରରେ ଥିବା ସମୟରେ ଲୋକଙ୍କ ସମସ୍ୟା ବୁଝୁଥିଲୁ। ହେଲେ ବର୍ତମାନର ସରକାର ଏଥିରେ ବିଫଳ। ବୈଠକ ଦିନ ସାରା ଚାଲିବ। ଦଳର ସଂଗଠନ ଉପରେ ଆଲୋଚନା କରୁଛୁ। ମଝିରେ ଯାଇ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ଭେଟି ଆଲୋଚନା କରିଛୁ।ଏହା ପରେ ଅକ୍ଟୋବର 9 ତାରିଖ ଗୋପବନ୍ଧୁ ଜୟନ୍ତୀରୁ ସଦସ୍ୟ ସଂଗ୍ରହ ଅଭିଯାନକୁ ନବୀନ ପଟ୍ଟନାୟକ ଗାଁରୁ ସହର ଯାଏଁ ଆରମ୍ଭ କରିବେ। ଏହା ବ୍ୟାପକ ଭାବେ ହେବ। ଯେହେତୁ ଆମେ ଗଣତନ୍ତ୍ରିକ ଦଳ, ସାଙ୍ଗଠନିକ ନିର୍ବାଚନ ହେବ. ଯାହା ପାଇଁ ଦୁଇ ମାସ ଲାଗିବ। ଦଳୀୟ ସଭାପତି ବିଭିନ୍ନ କମିଟି ଗଠନ କରିଛନ୍ତି। ସବୁ କମିଟି ମିଳିତ ଭାବେ କାମ କରୁଛୁ।ନବୀନ ପଟ୍ଟନାୟକ ଦିଗଦର୍ଶନ କରନ୍ତି। ବୈଠକ ପରେ ପୂର୍ଣ୍ଣାଙ୍ଗ ରିପୋର୍ଟ ନବୀନଙ୍କୁ ନିଆଯିବ। ଯେଉଁଠି ଲୋକେ ଅନୁଭବ କଲେ, ବର୍ତ୍ତମାନ ସରକାର ଜନବିରୋଧୀ କାର୍ଯ୍ୟକ୍ରମ କରୁଛନ୍ତି, ଆମେ ସେଠି ଲୋକଙ୍କ ସହ ଠିଆ ହେବୁ ବୋଲି ଦଳ ପକ୍ଷରୁ ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି।ପଦଯାତ୍ରାରେ ବିପୁଳ ସମର୍ଥନ ଗାଁରୁ ସହର ଯାଏଁ ମିଳୁଛି। ସାଧାରଣ ଗାଁ ଲୋକ ବି ଏଥିରେ ମିଶି ସଫଳ କରୁଛନ୍ତି ବୋଲି ବିଜେଡି କହିଛି।

Leave A Reply

Your email address will not be published.