thelifelinemedia
Latest Odisha News, Breaking News Today

ଶୃଙ୍ଖଳିତ ପୂଜା ଉପରେ ଫୋକସ : ନିୟମ ଭାଙ୍ଗିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ

କଟକ: ଶୃଙ୍ଖଳିତ ଦୁର୍ଗାପୂଜା ଉପରେ ଫୋକସ। କଟକରେ ଦୁର୍ଗାପୂଜା ପ୍ରସ୍ତୁତି ବୈଠକରେ ବିଭିନ୍ନ ଦିଗ ଉପରେ ଆଲୋଚନା ହୋଇଛି। ବୈଠକରେ ମୁଖ୍ୟତଃ ନିଶା ସେବନ ଓ ଶବ୍ଦ ପ୍ରଦୂଷଣକୁ ନେଇ ଆଲୋଚନା। ହାଇକୋର୍ଟଙ୍କ ନିର୍ଦ୍ଦେଶର କଡାକଡି ଭାବରେ ଅନୁପାଲନ କରାଯିବ ବୋଲି କହିଲେ ସିପି ଓ ଡିସିପି। ନିୟମ ଭାଙ୍ଗିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଲେ କମିଶନର। ସାଉଣ୍ଡ ବକ୍ସ ହେଉ କି ପାରମ୍ପରିକ ବାଜା ୬୫ ଦେଶିବାଲ୍ ଉପରେ କୌଣସି ବାଜା ବାଜି ପାରିବ ନାହିଁ ବୋଲି ସ୍ପଷ୍ଟ କଲା କମିସନରେଟ ପୋଲିସ।

ଡିଜେ ବ୍ୟାନ ନିଷ୍ପତ୍ତିକୁ ସ୍ବାଗତ କରିଛନ୍ତି ପୂଜା କମିଟି। ଶବ୍ଦ ପ୍ରଦୂଷଣ ଏକ ବଡ ସମସ୍ୟା ବୋଲି କହିଲେ ମହାନଗର ପୂଜା କମିଟି ଓ ଶାନ୍ତି କମିଟି। ରାତି ୧୦ ଟା ପର୍ଯ୍ୟନ୍ତ ମାଇକ ବକ୍ସ ବଜାଇବା ପାଇଁ ନିୟମ ରହିଥିବା ବେଳେ, ଏହାକୁ ରାତି ୧୨ ଟା ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ଅପିଲ ରଖିଲେ ପୂଜା କମିଟି। ବିନା ବାଜାରେ ମା ଙ୍କର ବିସର୍ଜନ ଶୋଭାଯାତ୍ରା କିପରି ହେବ ବୋଲି ପ୍ରଶ୍ନ ଉଠାଇଲା କଟକ ମହାନଗର ଶାନ୍ତି କମିଟି। ରାତିରେ କେଉଁ ପ୍ରକାର ପାରମ୍ପରିକ ବାଜା ବାଜିବ, କେତେ ସଂଖ୍ୟାରେ ବାଜିବ ସେ ନେଇ ନିଷ୍ପତ୍ତି ନିଆଯିବ ବୋଲି କୁହା ଯାଇଛି।

Leave A Reply

Your email address will not be published.