thelifelinemedia
Latest Odisha News, Breaking News Today

ଆଳୁ ମିଶନ ନେଇ ବଡ କଥା କହିଲେ କୃଷି ମନ୍ତ୍ରୀ 

ଭୁବନେଶ୍ୱର: ନୂଆ ଆଳୁ ମିଶନ ନେଇ ରାଜ୍ୟର ନୂଆ ସରକାର ଆକ୍ଟିଭ ମୋଡ଼ରେ କାମ କରୁଛି। ପୂର୍ବ ସରକାର ଆଳୁ ମିଶନ କରିଥିଲେ ଯାହା ଫେଲ ହୋଇଥିଲାବର୍ତ୍ତମାନର ସରକାର ରାଜ୍ୟରେ ଅଧିକ ଆଳୁ ଉତ୍ପାଦନ ପାଈଁ ଚେଷ୍ଟା କରୁଛନ୍ତି ବୋଲି କୃଷି ମନ୍ତ୍ରୀ କେ ଭି ସିଂହ ଦେଓ କହିଛନ୍ତି। ନଭେମ୍ବର ପ୍ରଥମ ସପ୍ତାହ ସୁଦ୍ଧା ଚାଷୀଙ୍କୁ ଆଳୁ ବିହନ ଯୋଗାଇ ଦିଆଯିବ। ପୂର୍ବରୁ ବିହନ ସମୟ ସୀମା ଭିତରେ ଦିଆ ଯାଉ ନଥିଲା। ଜାନୁଆରିରେ ଆଳୁ ଅମଳ ସମୟରେ ଦିଆଯାଉଥିଲା।ସେଥିପାଇଁ ଆଳୁ ମିଶନ ଫେଲ ମାରିଥିଲା ବୋଲି କେ ଭି ସିଂହ ଦେଓ କହିଛନ୍ତି।

ମନ୍ତ୍ରୀ କହିଛନ୍ତି ଉତ୍ତରପ୍ରଦେଶ ଏବଂ ପଞ୍ଜାବରୁ ଆସିବ ଆଳୁ ବିହନ। ହାଇବ୍ରିଡ଼ ଶୀତଳ ଭଣ୍ଡାର ପାଈଁ ପିପିପି ମୋଡ଼ରେ ଲୋକଙ୍କୁ ପ୍ରସ୍ତାବ ଦିଆଯାଇଛି। ସବୁ ସବ ଡିଭିଜନରେ ଶୀତଳ ଭଣ୍ଡାର ହେବ।ଅନେକ ଲୋକ ଆବେଦନ ବି କରିଛନ୍ତି। ନୂଆ ଟେକ୍ନୋଲୋଜି ଭିନ୍ନ ଭିନ୍ନ ତାପମାତ୍ରାରେ ବିଭିନ୍ନ ପରିବା କିଭଳି ରଖା ଯାଇ ପାରିବ ସେ ନେଇ ବ୍ୟବସ୍ତା କରାଯିବା ନେଇ ନେଇ ବିଭାଗ ତର୍ଜମା ମଧ୍ୟ କରୁଛି ବୋଲି ମନ୍ତ୍ରୀ କହିଛନ୍ତି। ଶୀତଳ ଭଣ୍ଡାରର ଭଡା କେମିତି ଅଧିକ ନହେବ ସେ ନେଇ ବି ତର୍ଜମା ହେଉଛି। ଉଦ୍ୟାନକୃଷି ନିର୍ଦେଶକଙ୍କ ନେତୃତ୍ୱରେ ଗୋଟିଏ ଟିମ କଲିକତା ଯାଇଛନ୍ତି।ଏହି ଟିମ ପଶ୍ଚିମବଙ୍ଗ ଶୀତଳ ଭଣ୍ଡାରର ସ୍ଥିତି ଅନୁଧ୍ୟାନ କରିବେ ବୋଲି ପ୍ରତିକ୍ରିୟା ଦେଇଛନ୍ତି କୃଷି ମନ୍ତ୍ରୀ।

Leave A Reply

Your email address will not be published.