ଆରଆଇ ଅମିନ ପରୀକ୍ଷା ବିଭ୍ରାଟ: ରିପୋର୍ଟ ମାଗିଲେ ମନ୍ତ୍ରୀ

ଭୁବନେଶ୍ୱର: ଆରଆଇ ଅମିନ ପରୀକ୍ଷାରେ ଅନିୟମିତତା ନେଇ ରିପୋର୍ଟ ମାଗିଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ। ଏ ନେଇ ସେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିଛନ୍ତି। ବିଭ୍ରାଟ ନେଇ ବିଭାଗୀୟ ଅଧିକାରୀଙ୍କୁ ମାଗିଛନ୍ତି ରିପୋର୍ଟ। ଅନିୟମିତତା ନେଇ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ଏଭଳି କିଛି ପ୍ରତିକ୍ରିୟା ଦେଇଛନ୍ତି। କହିଛନ୍ତି ଏହାର ସମ୍ପୂର୍ଣ୍ଣ ରିପୋର୍ଟ ଦେବାକୁ ରାଜସ୍ବ ବିଭାଗ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛି।ମୁଖ୍ୟମନ୍ତ୍ରୀଙ୍କୁ ଏ ସମ୍ପର୍କରେ ଅବଗତ କରିଛି। ଆମ ପାଖରେ ଯେଉଁ ଅଭିଯୋଗ ହସ୍ତଗତ ହୋଇଛି ମୋତେ ଲାଗୁଛି ପରୀକ୍ଷା ପାଈଁ ଏହା ଅନୁକୂଳ ପ୍ରକ୍ରିୟା ନୁହଁ। ସରକାର ଅନୁଧ୍ୟାନ କରି ବ୍ଲାକ ଲିଷ୍ଟେଡ଼ ହୋଇଥିଲେ ଉକ୍ତ ସଂସ୍ଥାକୁ ପରୀକ୍ଷାରୁ ମୁକ୍ତ କରାଯିବ। ତ୍ରୁଟି ବିଚ୍ୟୁତି କେତେ ପରିମାଣର ହୋଇଛି ଏହା ଫଳାଫଳକୁ କେତେ ପ୍ରଭାବ ପକାଇବ ତାକୁ ମଧ୍ୟ ଅନୁଧ୍ୟାନ କରାଯିବ। ଏହାର ସମାଧାନ ପାଈଁ ସମସ୍ତ ଦ୍ୱାର ଖୋଲା ଅଛି ବୋଲି ମନ୍ତ୍ରୀ କହିଛନ୍ତି। ପରୀକ୍ଷା ସବୁବେଳେ ତ୍ରୁଟି ଶୂନ୍ୟ ହେବା କଥା। ଉଚିତ ସ୍ଥାନରେ ପରୀକ୍ଷା ହେଉନଥିବା ଛାତ୍ର ଛାତ୍ରୀ ଅଭିଯୋଗ କରିଛନ୍ତି। ପରୀକ୍ଷାରେ ଅବ୍ୟବସ୍ଥା ଅଭିଯୋଗ ମୋ ପାଖକୁ ଆସିଛି। ଆରଆଇ ଅମିନ ପରୀକ୍ଷା ରାଜସ୍ବ ବିଭାଗ କରେ ନାହିଁ osssc କରେ। ଜଣେ ଥାର୍ଡ଼ ପାର୍ଟିକୁ ଷ୍ଟାପ ସିଲେକ୍ସନ ବୋର୍ଡ ଆଉଟସୋରସିଂ କରିଥିବା ଖବର ଆସୁଛି। ସେହି କମ୍ପାନୀ କ୍ରେଡିବୁଲିଟିକୁ ନେଇ ବି ପ୍ରଶ୍ନ ଉଠିଛି ବୋଲି ରାଜସ୍ବ ମନ୍ତ୍ରୀ କହିଛନ୍ତି