thelifelinemedia
Latest Odisha News, Breaking News Today

ଆରଆଇ ଅମିନ ପରୀକ୍ଷା ବାତିଲ କରିବାକୁ ଦାବି 

ଭୁବନେଶ୍ୱର: ରାଜ୍ୟରେ OSSSC ପକ୍ଷରୁ RI,ARI,AMIN ଆଦି ଚୟନ ନିମନ୍ତେ ଚାଲିଥିବା ନିଯୁକ୍ତି ପରୀକ୍ଷା ତୁରନ୍ତ ବାତିଲ କରି ଅଫଲାଇନ୍ ମାଧ୍ୟମରେ ସ୍ବଚ୍ଛତାର ସହ ପୁନଃ ପରୀକ୍ଷା କରିବାକୁ ଦାବି କରିଛି ଷ୍ଟୁଡେଣ୍ଟ ଏଗେନେଷ୍ଟ କରପସନ୍। ଆସନ୍ତା ୬ ତାରିଖ ସନ୍ଧ୍ୟା ସୁଦ୍ଧା ଯଦି ରାଜ୍ୟ ସରକାର ଏହି ଦାବି ଉପରେ କୌଣସି ପଦକ୍ଷେପ ଗ୍ରହଣ ନକରନ୍ତି ତେବେ ୭ ତାରିଖରେ ହଜାର ହଜାର ସଂଖ୍ୟାରେ ଛାତ୍ରଛାତ୍ରୀ ଲୋୟର ପିଏମଜିରେ ପହଞ୍ଚି ମୁଖ୍ୟମନ୍ତ୍ରୀ ଙ୍କ ବାସଭବନ ଘେରିବା ସହ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି। ଏନେଇ ପୂର୍ବରୁ ମନ୍ତ୍ରୀ ଙ୍କୁ ଦେଖା କରିବାକୁ ଯାଇ ବିଫଳ ହେବା ପରେ ଏଭଳି ନିଷ୍ପତ୍ତି ନେଇଛନ୍ତି ଷ୍ଟୁଡେଣ୍ଟ ଏଗେନେଷ୍ଟ କରପସନ। OSSSC ପକ୍ଷରୁ ୨୦ ସେପ୍ଟେମ୍ବର ରୁ ଆରମ୍ଭ ହୋଇଥିବା ପରୀକ୍ଷା ବାତିଲ ସହ ଏଇଥିରେ ଯେଉଁ ମାନେ ସଂପୃକ୍ତ ଅଛନ୍ତି ସେମାନ ଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି । ଏପରି ପରୀକ୍ଷା ପରିଚାଳନା ଦାୟିତ୍ବ ଏକ କଳାତାଲିକା ଭୁକ୍ତ କମ୍ପାନୀ କୁ ଦିଆଯାଇଛି। କମ୍ପାନୀ ଏତେ ବଡ ସମ୍ବେଦନଶୀଳ ପରୀକ୍ଷା କୁ କଲ୍ୟାଣମଣ୍ଡପ ଏବଂ ବିଭିନ୍ନ ଇଣ୍ଟରନେଟ କାଫେରେ ପରିଚାଳନା କରୁଛି। ତେଣୁ ପରୀକ୍ଷା ରେ ସ୍ବଚ୍ଛତା ରହୁନାହିଁ। ସରକାର ଜାଣିଶୁଣି ଚାକିରୀ ବିକ୍ରି କରୁଛନ୍ତି ବୋଲି ଅଭିଯୋଗ କରିଛନ୍ତି ପରୀକ୍ଷାର୍ଥୀ ଓ ଆଶାୟୀ ମାନେ।

Leave A Reply

Your email address will not be published.