thelifelinemedia
Latest Odisha News, Breaking News Today

ରଣଜୀ ଟ୍ରଫି ପାଇଁ ଘୋଷଣା ହେଲା ଓଡିଶା ଟିମ

ଭୁବନେଶ୍ୱର: ରଣଜୀ ଟ୍ରଫି ପାଇଁ ଘୋଷଣା ହେଲା ଓଡିଶା ଟିମ। ଚଳିତ ମାସ ୧୧ ତାରିଖ ରୁ ରଣଜୀ ଅଭିଯାନ ଆରମ୍ଭ କରିବ ଓଡିଶା । ପ୍ରଥମ ଦୁଇଟି ମ୍ୟାଚ ପାଇଁ ଘୋଷଣା ହେଲା ଟିମ । ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଓସିଏ ଚୟନ କମିଟି ଅଧ୍ଯକ୍ଷ ଅମୀୟ ରାଏ ଓ କୋଚ ସୁରେନ୍ଦ୍ର ଭାବେ । ବିସିସିଆଇ ଘରୋଇ ସିଯିନ ର ପ୍ରମୁଖ ପ୍ରତିଯୋଗିତା ରଣଜୀ ଟ୍ରଫି ୨୦୨୪-୨୫ ପାଇଁ ଘୋଷଣା ହୋଇଛି ୧୭ଜଣିଆ ଓଡିଶା ଦଳ । ଗୋବିନ୍ଦ ପୋଦାରଙ୍କୁ ଅଧିନାୟକ ଭାର ପ୍ରଦାନ କରିଛି ଓସିଏ । ଯଦି ଟିମ ଦେଖିବା ତେବେ ଏହି ଟିମ ରେ ଶାନ୍ତନୁ ମିଶ୍ର , ଅନୁରାଗ ଷଡ଼ଙ୍ଗୀ ,ବିପ୍ଳବ ସାମନ୍ତରାୟ , କାର୍ତ୍ତିକ ବିଶ୍ୱାଳ , ସ୍ୱସ୍ତିକ ସାମଲ ଭଳି ଦକ୍ଷ ଖେଳାଳି ଙ୍କୁ ଚୟନ କରିଛି ଚୟନ କମିଟି । ସେହିପରି ନୂଆ ମୁହଁ ହିସାବରେ ଅନୀଲ ପରିଡା ଓ ସୁମିତ ଶର୍ମା ଙ୍କୁ ଓଡିଶା ଟିମ ରେ ନଜର ଆସିବେ। ସେହିପରି ଦୁଇ ୱକେଟ କିପିର ବ୍ୟାଟର ଆଶ୍ରିବାଦ ସ୍ୱାଇଁ , ରାଜେଶ ଧୂପର ମଧ୍ୟ ଟିମ ରେ ରହିଛନ୍ତି । ବୋଲିଂ ଲାଇନ ଅପ ରେ ସୂର୍ଯ୍ୟକାନ୍ତ ପ୍ରଧାନ , ସୁନୀଲ ରାଉଳ , ରାଜେଶ ମହାନ୍ତି , ଦେଵବ୍ରତ ପ୍ରଧାନ , ତାରଣୀ ସ , ହର୍ଷିତ ରାଥୋଡ଼ ଟିମ ରେ ରହିଛନ୍ତି । ରଣଜୀ ସିଯିନ ରେ ଓଡିଶା ମୋଟ ୭ଟି ମ୍ୟାଚ ଖେଳିବ । ପ୍ରଥମ ମ୍ୟାଚ ତ୍ରିପୁରା ବିପକ୍ଷରେ ଖେଳିବ ଟିମ ଓଡିଶା । ପରେପରେ ଜାମୁ କାଶ୍ମୀର , ବରୋଦା , ମୁମ୍ବାଇ , ମହାରାଷ୍ଟ୍ର , ମେଘାଲୟ ଓ ସର୍ଭିସେସ କୁ ଭେଟିବ ଓଡିଶା ଟିମ। ଏହି ଟିମ ଗଠନ ପାଇଁ ଓଡିଶା କ୍ରିକେଟ ଟିମ ଅନେକ କ୍ୟାମ୍ପ ସହ ଅଭ୍ୟାସ ମ୍ୟାଚ ଖେଳିଛି ।ଯାହାଦ୍ୱାରା ଏହି ସିଯିନ ରେ ନିଶ୍ଚୟ ଭଲ କରିବ। ବିଗତ ବର୍ଷ ମାନଙ୍କରେ ରଣଜୀ ଟ୍ରଫି ରେ ଓଡିଶା ର ପଦର୍ଶନ ନୈରାଶ୍ୟ ଜନକ ରହିଥିଲା । କିନ୍ତୁ ଚଳିତବର୍ଷ ରଣଜୀ ଟ୍ରଫି ରେ ଓଡିଶା ସଫଳତା ପାଇବ ବୋଲି ଆଶା ରଖିଛି ଓସିଏ ।

Leave A Reply

Your email address will not be published.