ରାତିରେ ସହର ବୁଲିଲେ କଟକ ଡ଼ିସିପି

କଟକ: ରାତିରେ ସହର ବୁଲିଲେ କଟକ ଡିସିପି। ରାତି ଦୁଇଟା ପର୍ଯ୍ୟନ୍ତ ବୁଲି ଦେଖିଲେ। ସହରରେ ଶୃଙ୍ଖଳିତ ଦୁର୍ଗାପୂଜା ପାଇଁ ପାଇଁ ପୋଲିସ ପ୍ରଶାସନର ପ୍ରସ୍ତୁତିର ସମୀକ୍ଷା କଲେ କଟକ ଡ଼ିସିପି ଜଗମୋହନ ମିନା।
ଦୁର୍ଗାପୂଜା ପାଇଁ ବିଭିନ୍ନ ଭସାଣି ରୁଟ ବୁଲି ଦେଖିଲେ କଟକ ନୂଆ ଡିସିପି ଓଏମପି ଛକରୁ ବାହାରି କଲେଜ୍ ଛକ, ରାଣୀହାଟ, ମଙ୍ଗଳାବାଗ ମୁଖ୍ୟ ରାସ୍ତା ଦେଇ ପୁରୀଘାଟ ଦେବୀଗଡା ପର୍ଯ୍ୟନ୍ତ ବୁଲିଲେ ଡିସିପି। କମିଶନରେଟ ପୋଲିସର ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ। ଟ୍ରାଫିକ ପରିଚାଳନା ନେଇ ଅଧିକାରୀଙ୍କ ସହ ଆଲୋଚନା କଲେ ଡିସିପି।
ସଠିକ୍ ଢ଼ଙ୍ଗରେ ରୁଟ ଚାର୍ଟ ପ୍ରସ୍ତୁତ କରାଯିବ। ଗୁଗଲ ମ୍ୟାପ୍ ର ସହାୟତା ନେବୁ। ଶୀଘ୍ର ଶୀଘ୍ର ମେଢ଼ ଗୁଡ଼ିକୁ ଶୋଭାଯାତ୍ରାରେ ଆଗେଇ ନେବା ପାଇଁ ପୂଜା କମିଟି ଗୁଡ଼ିକୁ ଅନୁରୋଧ କରାଯିବ। ଜୋର୍ ଶବ୍ଦ କରି ସାଉଣ୍ଡ ବକ୍ସ ନ ବଜାଇବା ପାଇଁ ମଧ୍ୟ ପୂଜା କମିଟି ଗୁଡ଼ିକୁ କୁହାଯିବ। ସାଉଣ୍ଡ ବକ୍ସ ସଂଘ ସହିତ ମଧ୍ୟ ଆଲୋଚନା କରି ସେମାନଙ୍କୁ ସଚେତନ କରିବୁ। ବୂଝାଇବାକୁ ଚେଷ୍ଟା କରାଯିବ ଯିଏ ନ ବୁଝିବ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି କଟକ ଡ଼ିସିପି କହିଛନ୍ତି।