thelifelinemedia
Latest Odisha News, Breaking News Today

ଓଡିଶାରେ ଶିଳ୍ପ ପ୍ରତିଷ୍ଠା ଜରୁରୀ: ରାଜ୍ୟର ଜିଡ଼ିପି ବଢିବା ସହିତ ନିଯୁକ୍ତି ସୃଷ୍ଟି ହେବ 

ଭୁବନେଶ୍ୱର: ଓଡିଶାରେ ଶିଳ୍ପା୍ୟାନ ଦ୍ରୁତଗତିରେ ଆଗେଇବା ନିହାତି ଜରୁରୀ। ବର୍ତ୍ତମାନ ସମୟରେ ଓଡିଶାରେ ଶିଳ୍ପ ପ୍ରତିଷ୍ଠା ଜରୁରୀ ହୋଇପଡିଛି।ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଦିଲ୍ଲୀ ଗସ୍ତ କାଳରେ ନିବେଶକାରୀଙ୍କ ସହ ଆଲୋଚନା କରିଛନ୍ତି। ଖାଲି ସେତିକି ନୁହେ ବଡ ବଡ ଶିଳ୍ପପତିଙ୍କୁ ଓଡ଼ିଶାରେ ଶିଳ୍ପ ପ୍ରତିଷ୍ଠା ପାଇଁ ସ୍ୱାଗତ କରିଛନ୍ତି ବୋଲି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି। କେବଳ ଜାତୀୟ ସ୍ତରରେ ଓଡିଶାକୁପୁଞ୍ଜି ନିବେଶକ ମାନେ ଆସିବେ ନାହିଁ ବରଂ ବିଦେଶୀ ପୁଞ୍ଜି ଓଡ଼ିଶାକୁ ଆଣିବା ପାଇଁ ରାଜ୍ୟ ସରକାରଙ୍କ ପ୍ରୟାସ ଚାଲିଛି। ଓଡ଼ିଶାରେ ପର୍ଯ୍ୟାପ୍ତ ଖଣିଜ ପଦାର୍ଥ ଜଳ ସମ୍ପଦ, ଜଙ୍ଗଲ ସମ୍ପଦ ରହିଛି। ଓଡ଼ିଶାର ବିକାଶ ପାଇଁ ଏସବୁର ବିନିଯୋଗର ଆବଶ୍ୟକତା ରହିଛି। ବର୍ତ୍ତମାନ ସମୟରେ ଶିଳ୍ପ ପ୍ରତିଷ୍ଠା ବହୁ ଜରୁରୀ। ଏହା ଦ୍ବାରା ରାଜ୍ୟକୁ ରାଜସ୍ବ ମିଳିବ। ରାଜ୍ୟରେ ଜିଡ଼ିପି ବଢିବ। ନିଯୁକ୍ତିର ସୁଯୋଗ ସୃଷ୍ଟି ହେବ। ତେବେ ପରିବେଶ ସୁରକ୍ଷା ଦିଗରେ ମଧ୍ୟ ରାଜ୍ୟ ସରକାର ସଚେତନ ଅଛନ୍ତି। ଏହାକୁ ନେଇ ରାଜ୍ୟ ସରକାର ଆଗକୁ ଆଡଭାଇଜରି ଜାରି କରିବେ ବୋଲି ସୁରେଶ ପୂଜାରୀ କହିଛନ୍ତି।

ଅନ୍ୟପଟେ ପୁରୀରେ ଯେଉଁ ଏୟାରପୋର୍ଟ ହେବ ତାହା ଆନ୍ତର୍ଜାତୀୟ ଏୟାରପୋର୍ଟ ହେବ। ଭାରତ ବର୍ଷର ଶ୍ରେଷ୍ଠ ଏୟାରପୋର୍ଟ ଭିତରୁ ଏହା ଅନ୍ୟତମ ହେବ। ଏହାକୁ ନେଇ ରାଜ୍ୟ ସରକାର ଦାୟିତ୍ଵ ହେଉଛି ଜମି ଦେବା। ରାଜ୍ୟ ସରକାର ଜମି ଦେବା ପାଇଁ ୨୪ ଘଣ୍ଟା ପ୍ରସ୍ତୁତ ହୋଇ ରହିଛନ୍ତି। ରାଜସ୍ବ ବିଭାଗ ସବୁ ସୁବିଧା ଯୋଗାଇ ଦେବାପାଇଁ ପ୍ରସ୍ତୁତ ବୋଲି ରାଜସ୍ବ ମନ୍ତ୍ରୀ କହିଛନ୍ତି।

Leave A Reply

Your email address will not be published.