thelifelinemedia
Latest Odisha News, Breaking News Today

ଭରତପୁର ଥାନା ମାମଲା: ଆଜିଠୁ ୨୧ ଦିନ ପର୍ଯ୍ୟନ୍ତ ଗ୍ରହଣ କରାଯିବ ସତ୍ୟପାଠ 

ଭୁବନେଶ୍ୱର: ମେଜର ଓ ତାଙ୍କ ବାନ୍ଧବୀଙ୍କୁ ଭରତପୁର ଥାନାରେ ନିର୍ଯାତନା ମାମଲାରେ ବିଚାର ବିଭାଗୀୟ ତଦନ୍ତ ଆରମ୍ଭ ହୋଇଛି। ତଦନ୍ତ କମିଶନ ଜଷ୍ଟିସ୍ ଚିତ୍ତରଞ୍ଜନ ଦାସ ପ୍ରଥମ ବୈଠକ କରାଯାଇଥିବାବେଳେ ଏଥିରେ ପୁଲିସ ଡିଜି ଓ ଗୃହ ସଚିବ ପ୍ରମୁଖ ଉପସ୍ଥିତ ଥିଲେ। ଏହି ବୈଠକ ପରେ କମିଶନଙ୍କ ସଚିବ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ଘଟଣାକୁ ନେଇ ସତ୍ୟପାଠ ଆହ୍ୱାନ କରାଯିବ। ସତ୍ୟପାଠ ନେଇ ଆଜି ବିଜ୍ଞପ୍ତି ପ୍ରକାଶ କରାଯିବ। ଆଜି ଠାରୁ ୨୧ ଦିନ ପର୍ଯ୍ୟନ୍ତ ସତ୍ୟପାଠ ଗ୍ରହଣ କରାଯିବ।

ଘଟଣା ସଂପର୍କରେ ଯିଏ ଜାଣିଥିବେ ବା କୌଣସି ତଥ୍ୟ ଦେବାକୁ ଚାହୁଁଥିବେ, ସେମାନେ ସତ୍ୟପାଠ ଦେବେ। ସତ୍ୟପାଠ ଯାଞ୍ଚ ପରେ ସାକ୍ଷ୍ୟଗ୍ରହଣ ଆରମ୍ଭ କରାଯିବ। ଏହାଛଡ଼ା ଘଟଣାରେ ନିଲମ୍ବିତ ପୁଲିସ ଅଧିକାରୀଙ୍କୁ ବି ପଚରାଉଚରା କରାଯିବ ବୋଲି ସେ ସୂଚନା ଦେଇଛନ୍ତି। ଅନ୍ୟ ପକ୍ଷମାନଙ୍କୁ କମିଶନରେ ହାଜର ପାଇଁ ସମନ କରାଯିବ।

Leave A Reply

Your email address will not be published.