thelifelinemedia
Latest Odisha News, Breaking News Today

ଅପରାଧୀଙ୍କୁ ନିସ୍ତାର ନାହିଁ: ଦାୟିତ୍ୱ ନେଲା ପରେ ଏମିତି କହିଲେ କଟକ ଡିସିପି 

କଟକ: ଦାୟିତ୍ବ ଗ୍ରହଣ ପରେ କଟକ ଡିସିପି ଜଗମୋହନ ମୀନା ନିଜ ଆଗାମୀ କାର୍ଯ୍ୟକାଳ ବିଷୟରେ ସୂଚନା ଦେଇଛନ୍ତି। କହିଛନ୍ତି ପାର୍ବଣ ଋତୁ ଆରମ୍ଭ ହୋଇ ଯାଇ ଥିବାରୁ ଆଇନ ଶୃଙ୍ଖଳା ଉପରେ ଗୁରୁତ୍ବ ଦିଆଯିବ। ଥାନାରେ ପୋଲିସର ବ୍ୟବହାର, ଆଚରଣରେ ଆହୁରି ସୁଧାର ଆଣିବାକୁ ଉଦ୍ୟମ କରିବୁ। ଏ ନେଇ ସଫ୍ଟ ସ୍କିଲ୍ ପ୍ରଶିକ୍ଷଣ ବୃଦ୍ଧି ଉପରେ ଗୁରୁତ୍ବ ଦିଆଯିବ। ପୋଲିସ ରେଶ୍ପପସନ ସମୟକୁ କମ କରିବାକୁ ଚେଷ୍ଟା କରାଯିବ। ମୋର ଅଫିସିଆଲ୍ ଫୋନ୍ ନମ୍ୱର୍ ସହିତ whatsapp ନମ୍ବର ମଧ୍ୟ ସାଧାରଣ ଲୋକଙ୍କ ପାଇଁ ରହିବ ବୋଲି ଜଗନମୋହନ ମିନା କହିଛନ୍ତି। ଅପରାଧୀଙ୍କୁ ଚେତେଇ ଦେଇଛନ୍ତି କଟକ ଡିସିପି। କହିଛନ୍ତି ପେଶାଦାର ଅପରାଧୀ ଙ୍କ ତାଲିକା ପ୍ରସ୍ତୁତ କରି ନଜର ରଖାଯିବ। ମହିଳା ମାନଙ୍କ ସୁରକ୍ଷା ଉପରେ ବିଶେଷ ଗୁରୁତ୍ୱ ଦିଆଯିବ।

ସାଂସ୍କୃତିକ ପ୍ରାଣକେନ୍ଦ୍ରରେ ସେବା କରିବାର ସୁଯୋଗ ମିଳିଛି, ମୁଁ ବହୁତ୍ ଖୁସି ବୋଲି ଦାୟିତ୍ୱ ନେବା ପରେ କଟକ ଡିସିପି ଜଗନ ମୋହନ ମିନା କହିଛନ୍ତି। ପୂର୍ବରୁ ସେ ଗଞ୍ଜାମ ଏସପି ଭାବେ ଦାୟିତ୍ୱ ତୁଲାଇ ଆସୁଥିଲେ। ନିକଟରେ ଆଇପିଏସ ସ୍ତରରେ ବଡ଼ ଧରଣର ଅଦଳ ବଦଳରେ ତାଙ୍କୁ କଟକ ଡିସିପି ଭାବେ ନିଯୁକ୍ତି କରାଯାଇଛି।

Leave A Reply

Your email address will not be published.