thelifelinemedia
Latest Odisha News, Breaking News Today

ଦୁର୍ଗାପୂଜା ପୂର୍ବରୁ ସରିବ ଦୈତନଗରୀର ସମସ୍ତ ରାସ୍ତା କାମ: ନିର୍ଦ୍ଦେଶ ଦେଲେ ବିଭାଗୀୟ ମନ୍ତ୍ରୀ 

ଭୁବନେଶ୍ୱର: ଅକ୍ଟୋବର ୫ ତାରିଖ ସୁଦ୍ଧା କଟକ ଓ ଭୁବନେଶ୍ୱର ସହରର ସମସ୍ତ ରାସ୍ତା ନିର୍ମାଣ ଓ ମରାମତି କାର୍ଯ୍ୟ ଶେଷ କରିବା ନେଇ ମାନ୍ୟବର ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ବିଭାଗୀୟ ପ୍ରମୁଖ ଶାସନ ସଚିବ, ପ୍ରମୁଖ ଯନ୍ତ୍ରୀ, ଅଧୀକ୍ଷଣ ଯନ୍ତ୍ରୀ, ମୁଖ୍ୟ ନିର୍ମାଣ ଯନ୍ତ୍ରୀମାନଙ୍କୁ ନେଇ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଦୁର୍ଗାପୂଜା ଆଉ ଅଳ୍ପଦିନ ଥିବାରୁ ଖୁବ୍‌ ଶୀଘ୍ର ରାସ୍ତା ନିର୍ମାଣ ଓ ମରାମତି କାର୍ଯ୍ୟ ଶେଷ କରିବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ଆଗାମୀ ଦିନରେ ପ୍ରତ୍ୟେକ ନିର୍ମାଣ କାର୍ଯ୍ୟର ଗୁଣବତ୍ତାକୁ ବିଭାଗ ପକ୍ଷରୁ ତଦାରଖ କମିଟି ଯାଞ୍ଚ କରିବେ । ନିମ୍ନ ମାନର କାର୍ଯ୍ୟ ପାଇଁ ଦାୟିତ୍ୱରେ ଥିବା ଯନ୍ତ୍ରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମନ୍ତ୍ରୀ ବୈଠକରେ କହିଥିଲେ ।

ବୈଠକରେ ପୂର୍ତ୍ତ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ବୀର ବିକ୍ରମ ଯାଦବ ପ୍ରମୁଖ ଯନ୍ତ୍ରୀ ଏବଂ ମୁଖ୍ୟ ନିର୍ମାଣ ଯନ୍ତ୍ରୀମାନଙ୍କୁ କ୍ଷେତ୍ରକୁ ଯାଇ ନିର୍ମାଣ କାର୍ଯ୍ୟକୁ ତଦାରଖ କରିବା ପାଇଁ ପରାମର୍ଶ ଦେଇଥିଲେ । ରାସ୍ତା ନିର୍ମାଣରେ ବ୍ୟବହୃତ ପେଭର ମେସିନ୍‌ର ଅଭାବ ପୂରଣ କରିବା ପାଇଁ ଏଜେନ୍ସି ସହିତ ଯୋଗାଯୋଗ କରି ଆଜି ରାତି ସୁଦ୍ଧା ମରାମତି କାର୍ଯ୍ୟ ତ୍ୱରାନ୍ୱିତ୍ୱ କରିବାକୁ ମନ୍ତ୍ରୀ ହରିଚନ୍ଦନ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ନିର୍ମାଣ କାର୍ଯ୍ୟରେ କୌଣସି ପ୍ରକାର ଜନଅସନ୍ତୋଷକୁ ବରଦାସ୍ତ କରାଯିବ ନାହିଁ । ତେଣୁ ବିଭାଗର ସମସ୍ତ ଅଧିକାରୀ ଓ କର୍ମଚାରୀ ସଜାଗ ହୋଇ ତ୍ୱରିତ ବେଗରେ କାର୍ଯ୍ୟ ଆଗେଇ ନେବା ପାଇଁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ ।

Leave A Reply

Your email address will not be published.