thelifelinemedia
Latest Odisha News, Breaking News Today

ଗୋବିନ୍ଦାଙ୍କ ଦେହରେ ବାଜିଲା ଗୁଳି: ହସ୍ପିଟାଲରେ ଭର୍ତ୍ତି

ବ୍ୟୁରୋ: ଗୋବିନ୍ଦାଙ୍କ ଦେହରେ ଗୁଳି ବାଜିଛି। ଆଉ କେହି ନୁହେଁ ନିଜ ରିଭଲଭର ବନ୍ଧୁକରୁ ତାଙ୍କ ଦେହରେ ଗୁଳି ବାଜିଛି। ବନ୍ଧୁକ ସଫା କରୁଥିବା ବେଳେ ଅସାଵଧାନତା ହେତୁ ଗୋବିନ୍ଦାଙ୍କ ଦେହରେ ଗୁଳି ବାଜିଛି। ଗୁରୁତର ଅବସ୍ଥାରେ ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ଭିର୍ତ୍ତି କରାଯାଇଛି। ପ୍ରାଥମିକ ସୂଚନା ଅନୁସାରେ ଭୁଲବଶତଃ ତାଙ୍କ ଗୋଡରେ ଗୁଳି ବାଜିଛି। ନିଜ ଲାଇସେନ୍ସପ୍ରାପ୍ତ ବନ୍ଧୁକରୁ ଭୁଲବଶତଃ ଗୁଳି ଫୁଟିଥିବା ସୂଚନା ମିଳିଛି। ସେ ଏବେ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ବେଳେ ତାଙ୍କ ଅବସ୍ଥା ସ୍ଥିର ରହିଛି। ତାଙ୍କ ଗୋଡ଼ରୁ ଗୁଳି ବାହାର କରାଯାଇଥିବା ବେଳେ ସେ ଏବେ ବିପଦ ମୁକ୍ତ ଅଛନ୍ତି ବୋଲି ଡାକ୍ତର କହିଛନ୍ତି।

Leave A Reply

Your email address will not be published.