ଦୀପାଳି ଦାସଙ୍କୁ ହାଇକୋର୍ଟଙ୍କ ଆଗୁଆ ଜାମିନ

କଟକ: ଦୀପାଳି ଦାସଙ୍କୁ ହାଇକୋର୍ଟଙ୍କ ଆଗୁଆ ଜାମିନ। ୩ ସପ୍ତାହ ମଧ୍ୟରେ ନିମ୍ନ ଅଦାଲତରେ ହାଜର ହୋଇ ଜାମିନରେ ଯାଇ ପାରିବେ ଦୀପାଳି। ସମାନ ଅପରାଧରେ ଭବିଷ୍ୟତରେ ସାମିଲ ନ ହେବାକୁ ହାଇକୋର୍ଟଙ୍କ ସର୍ତ୍ତ ରହିଛି। ଖିଣ୍ତା NLC ଖଣି ଆଗରେ ଆନ୍ଦୋଳନ ପ୍ରସଙ୍ଗରେ ଏହି ଆଗୁଆ ଜାମିନ ମିଳିଛି। ଜାମିନ ପାଇଁ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ଝାରସୁଗୁଡ଼ା ପୂର୍ବତନ ବିଧାୟିକା ଦୀପାଳି ଦାସ।ଗିରଫଦାରୀ ଏଡ଼ାଇବା ପାଇଁ ଆଗୁଆ ଜାମିନ ଆବେଦନ କରିଥିଲେ ।ଜଷ୍ଟିସ ଆଦିତ୍ୟ କୁମାର ମହାପାତ୍ରଙ୍କ ଖଣ୍ଡପୀଠ ଦେଲେ ଜାମିନ। ପୂର୍ବତନ ବିଧାୟିକା ଦୀପାଳି ଦାସଙ୍କ ସମେତ ୧୫ ଜଣଙ୍କ ନାଁରେ ମାମଲା ହୋଇଛି। ଏନଏଲସିର ଏତଲା କ୍ରମେ ମାମଲା ରୁଜୁ କରିଥିଲା ଠେଲକୋଲୋଇ ପୁଲିସ।ଧାରଣା ଯୋଗୁଁ କମ୍ପାନୀକୁ କ୍ଷତି ଓ ସରକାରଙ୍କ ରାଜସ୍ବ ହାନି ହୋଇଥିବା ଅଭିଯୋଗ। ଏବେ ଏହି ମାମଲାରେ ଦୀପାଳିଙ୍କୁ ଆଶ୍ୱସ୍ତ ମିଳିଛି। ତାଙ୍କୁ ହାଇକୋର୍ଟ ଆଗୁଆ ଜାମିନ ଦେଇଛନ୍ତି।