ଓଡ଼ିଶାରୁ ବିଦାୟ ନେବ ମୌସୁମୀ: ଆସନ୍ତା ୬ରେ ଦାନା ବାନ୍ଧିପାରେ ଲଘୁଚାପ

ଭୁବନେଶ୍ୱର: ଲେଉଟାଣି ନେବ ମୌସୁମୀ। ଦେଶରୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପ୍ରତ୍ୟାବର୍ତ୍ତନ ଆରମ୍ଭ। ଦେଶର ଉତ୍ତର ପଶ୍ଚିମ ଅଞ୍ଚଳ ରୁ ଆସ୍ତେ ଆସ୍ତେ ମୌସୁମୀ ପ୍ରତ୍ୟାବର୍ତ୍ତନ ହେଉଛି। ଫିରୋଜପୁର, ସେରେସା, ଚୁରୁ, ଆଜିମାର, ମାଉଣ୍ଟ ଆବୁ, ସୁରେନ୍ଦ୍ର ନଗର, ଜୁନାଗଡ଼ ରୁ ଆସ୍ତେ ଆସ୍ତେ ମୌସୁମୀ ବିଦାୟ ନେବା ଆରମ୍ଭ ହୋଇଯାଇଛି। ଆଗକୁ ଦେଶର ଅନ୍ୟ ଭାଗରୁ ମୌସୁମୀର ପ୍ରର୍ତ୍ତ୍ୟାବର୍ତନ୍ ପ୍ରକ୍ରିୟା ଆରମ୍ଭ । ରାଜସ୍ଥାନ, ହରିଆଣା, ପଞ୍ଜାବ, ଜାମ୍ମୁ- କାଶ୍ମୀରୀ ରୁ ଆସ୍ତେ ଆସ୍ତେ ମୌସୁମୀ ଫେରିବ। ଜୁନରେ ଦେଶର ସବୁ ଅଞ୍ଚଳରେ ପାଦ ଥାପିସାରିଥିଲା ମୌସୁମୀ। ସାଧାରଣ ସେପ୍ଟେମ୍ବର ମାସ ରୁ ମୌସୁମୀ ପ୍ରତ୍ୟାବର୍ତ୍ତନ ପକ୍ରିୟା ଆରମ୍ଭ ହୋଇଥାଏ। ରାଜ୍ୟ ରେ ଅକ୍ଟୋବର ପ୍ରଥମ ସପ୍ତାହ ରୁ ମୌସୁମୀ ଫେରିପାରେ ବୋଲି ଅନୁମାନ କରାଯାଉଛି। ୨୦୨୦ ମସିହାରେ ଅକ୍ଟୋବର ୨୬ ରୁ ୨୮ ଭିତରେ ଓଡ଼ିଶା ରୁ ବିଦାୟ ନେଇଥିଲା ମୌସୁମୀ। ୨୦୨୧ ରେ ଅକ୍ଟୋବର ୧୧ ରୁ ୨୩ ଭିତରେ ଓଡ଼ିଶା ରୁ ବିଦାୟ ନେଇଥିଲା ମୌସୁମୀ। ୨୦୨୨ ମସିହା ରେ ଅକ୍ଟୋବର ୨୦ ରୁ ୨୧ ରେ ଭିତରେ ବିଦାୟ ନେଇଥିଲା ମୌସୁମୀ।୨୦୨୩ ରେ ଅକ୍ଟୋବର ୧୩ ରେ ଓଡ଼ିଶା ରୁ ସମ୍ପୂର୍ଣ ବିଦାୟ ନେଇଥିଲା ମୌସୁମୀ।
ଚଳିତ ବର୍ଷ ମୌସୁମୀ ବିଦାୟ ନେବାର ପାଗ ଅନୁକୂଳ ହୋଇନାହିଁ । ଆସନ୍ତା ୬ ତାରିଖରେ ଦାନା ବନ୍ଧିପାରେ ଆଉ ଲଘୁଚାପ । ମୌସୁମୀ ଫେରିବା ୫ ଦିନ ପୂର୍ବରୁ ରାଜ୍ୟରେ ପାଗ ଶୁଖିଲା ରହିଥାଏ ।ମୁଖ୍ୟତଃ ଗରମ ଗୁଳୁଗୁଳି ସହ ଖରାର ପରିମାଣ ବଢ଼ିଥାଏ । ଅକ୍ଟୋବର ଦ୍ୱିତୀୟ ସପ୍ତାହ ବେଳକୁ ରାଜ୍ୟରୁ ମୌସୁମୀ ଫେରିବ ବୋଲି ଅନୁମାନ କରାଯାଉଛି ।