ପୁଣି ବଢିଲା ସୁନା :୮୦ ହଜାର ମୁହାଁ ସୁନା ଦର

ବ୍ୟୁରୋ: ପୁଣି ବଢ଼ିଲା ସୁନା ଦର। ଦେଶରେ ଦ୍ରୁତ ବେଗରେ ବଢିଚାଲିଥିବା ସୁନା ଦରରେ ଗତ କିଛି ମାସ ହେବ ବ୍ରେକ୍ ଲାଗିଥିବା ବେଳେ ଗତ ତିନି ଦିନ ହେବ ପୁଣିଥରେ ବୃଦ୍ଧି ଘଟିବାରେ ଲାଗିଛି । ଆଜି ଭାରତରେ ସୁନା ଦରରେ ପୁଣି ବୃଦ୍ଧି ପାଇଛି । ୨୪ କ୍ୟାରେଟର ୧୦ ଗ୍ରାମ ସୁନା ମୂଲ୍ୟ ୭୮ ହଜାର ଟଙ୍କା ଅତିକ୍ରମ କରିଛି। ରବିବାର ଦିନ କଟକରେ ୨୪ କ୍ୟାରେଟ ସୁନା ଦର ୧୦ ଗ୍ରାମ ପ୍ରତି ୭୮ ହଜାର ୨୦୦ ଟଙ୍କା ରହିଥିବାବେଳେ ୨୨ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୭୧ ହଜାର ୫୦୦ ଟଙ୍କାରେ ପହଞ୍ଚିଛି। ସୁନା ସହ ରୂପାର ମୂଲ୍ୟ ମଧ୍ୟ ବଢ଼ିଛି । ଦେଶର ଅନେକ ସ୍ଥାନରେ ରୂପା କିଲୋଗ୍ରାମ ପିଛା ୯୦,୦୦୦ ଟଙ୍କା ରହିଛି। ଯାହାକି କିଛି ଦିନ ତଳେ୮୫,୫୦୦ ଟଙ୍କା ରହିଥିଲା । ୧୦ ଗ୍ରାମ ରୂପା ଏବେ ୯୦୦ ଟଙ୍କାରେ ବିକ୍ରୀ ହେଉଛି। ଆଗକୁ ବିବାହ ଋତୁ ଆସୁଥିବା ବେଳେ ଦଶହରାରେ କଟକ ସହରରେ ଅଧିକାଂଶ ସୁନା କିଣିବାର ଦେଖା ଯାଇଥାଏ। ତେବେ ସୁନାର ଦର ବୃଦ୍ଧି ଗ୍ରାହକଙ୍କ ପକେଟକୁ ଵାଧିଛି। ତେଣୁ ଅଧିକାଂଶ ଗ୍ରାହକ ୧୦ ଗ୍ରାମ କିଣିବା ଜାଗାରେ ୫/୬ ଗ୍ରାମ କିଣିବାକୁ ବାଧ୍ୟ ହେଉଛନ୍ତି।