thelifelinemedia
Latest Odisha News, Breaking News Today

ଶୃଙ୍ଖଳିତ ଦୁର୍ଗାପୂଜା ନେଇ କମିଶନରେଟ ପୋଲିସର ପ୍ରସ୍ତୁତି 

ଭୁବନେଶ୍ୱର: ଦୁର୍ଗାପୂଜାରେ ପୋଲିସ ଆଗରେ ରହିବ ଅନେକ ଚାଲେଞ୍ଜ। ପୂଜା ମଣ୍ଡପ ସୁରକ୍ଷା ଠାରୁ ଆରମ୍ଭ କରି ଟ୍ରାଫିକ ନିୟନ୍ତ୍ରଣ, ସବୁକିଛି କିଭଳି ସୁଚାରୁ ରୂପେ ସମାପନ କରାଯିବ ସେନେଇ ଆଜି କମିଶନରେଟ ପୋଲିସ ପକ୍ଷରୁ ପ୍ରଥମ ପ୍ରସ୍ତୁତି ବୈଠକ ହୋଇଛି।ଡିସିପିଙ୍କ ନେତୃତ୍ୱରେ ଆୟୋଜିତ ହୋଇଥିବା ବୈଠକରେ ଭୁବନେଶ୍ୱର ୟୁପିଡିର ସମସ୍ତ ବରିଷ୍ଠ ପୋଲିସ ଅଧିକାରୀ, ଏସିପି, ଆଇଆଇସି ଓ ଏସଆଇ ଯୋଗଦେଇ ଥିଲେ। ପୂଜା ସମୟରେ ଯେଉଁ ସବୁ ସମସ୍ୟା ଉପୁଜି ଥାଏ ତାକୁ କିଭଳି ସୁଚାରୁ ରୂପେ ସମାଧାନ କରାଯାଇ ପାରିବ ସେନେଇ ଆଲୋଚନା କରାଯାଇଛି। ସେହିପରି ଟ୍ରାଫିକ ନିୟନ୍ତ୍ରଣ ପୋଲିସ ପାଇଁ ସବୁଠୁ ବଡ଼ ଚାଲେଞ୍ଜ ରହିବ। ଯେଉଁ ସବୁ ସ୍ଥାନରେ ଟ୍ରାଫିକ ସମସ୍ୟା ଦେଖାଯାଏ ସେସବୁ ସ୍ଥାନରେ ବାରିକେଡ଼ କରିବା ସହ ଅଧିକ ପରିମାଣରେ ଟ୍ରାଫିକ ପୋଲିସ ମୁତୟନ କରିବା ଉପରେ ଗୁରୁତ୍ୱ ଦିଆଯାଇଛି। ସେହିପରି ପୂଜା ସମୟ ରେ ରାଜ୍ୟ ବାହାର ଅପରାଧୀ ମାନେ ଆକ୍ଟିଭ ହେବାର ନଜର ରହିଛି।ସେଥିପାଇଁ ସବୁ ଥାନାକୁ ନଜର ରଖିବାକୁ ନିର୍ଦେଶ ଦିଆଯାଇଛି। ପୂଜା ମଣ୍ଡପ ଗୁଡିକରେ ଛିନତାଇ ହେବାର ନଜିର ଥିବାରୁ ସାଧା ପୋଷାକ ଧାରୀ ପୋଲିସ ମୁତୟନ ରଖିବାକୁ କୁହାଯାଇଛି।ପୂଜା ସମୟରେ ଗତବର୍ଷ ଲୁଟେରାଙ୍କ ଦୌରାତ୍ମ ଦେଖିବାକୁ ମିଳିଥିଲା। ସେଥିପାଇଁ ପୋଲିସ ପେଟ୍ରୋଲିଂ କଡାକଡି କରିବା ଉପରେ ଗୁରୁତ୍ୱ ଦିଆଯାଇଛି ବୋଲି ଭୁବନେଶ୍ୱର ଡିସିପି ପ୍ରତୀକ ସିଂହ କହିଛନ୍ତି।

Leave A Reply

Your email address will not be published.