ନୟାଗଡ ଦଳୀୟ କର୍ମକର୍ତ୍ତାଙ୍କୁ ଭେଟିଲେ ନବୀନ: ସଂଗଠନକୁ ମଜବୂତ କରିବା ପାଇଁ ପରାମର୍ଶ

ଭୁବନେଶ୍ୱର: ଶଙ୍ଖ ଭବନ ଠାରେ ନୟାଗଡ ଜିଲ୍ଲାର ସାଂଗଠନିକ ପଦାଧିକାରୀ ଓ ନେତୃବୃନ୍ଦଙ୍କ ବୈଠକରେ ନବୀନ ଦେଇଛନ୍ତି ଗୁରୁମନ୍ତ୍ର। ଦଳକୁ ମଜବୂତ କରିବା ସମ୍ପର୍କରେ ଦଳୀୟ କର୍ମକର୍ତ୍ତାଙ୍କ ସହ ବିସ୍ତୃତ ଆଲୋଚନା କରିଛନ୍ତି ବିଜେଡି ସୁପ୍ରିମୋ। ବୈଠକରେ ଉଦବୋଧନ ଦେଇ ଦଳ ସଭାପତି ଶ୍ରୀ ନବୀନ ପଟ୍ଟନାୟକ କହିଥିଲେ ଯେ ବିଜେଡି ସରକାରର ୨୪ବର୍ଷ ଶାସନରେ ରାଜ୍ୟ ର ସବୁ ଅଞ୍ଚଳ ଓ ସବୁ କ୍ଷେତ୍ରର ବିକାଶକୁ ପ୍ରାଥମିକତା ଦିଆଯାଇଥିଲା. ନୟାଗଡ଼ ର ବିକାଶ ପାଇଁ ବିଜେଡି ସରକାର ସମୟରେ ଅନେକ କାମ ହୋଇଛି। ନବୀନ କହିଥିଲେ ଲୋକଙ୍କ ସହିତ ସମ୍ପର୍କକୁ ଅଧିକ ମଜବୁତ କରିବାକୁ ହେବ.ଏଥିପାଇଁ ଦଳର ପଦଯାତ୍ରା କାର୍ଯ୍ୟକ୍ରମ ଓ ସଭ୍ୟ ସଂଗ୍ରହ ଅଭିଯାନ ରେ ସକ୍ରିୟ ଭାବରେ ଅଂଶ ଗ୍ରହଣ କରିବାକୁ ନବୀନ ଦଳୀୟ କର୍ମକର୍ତ୍ତା ମାନଙ୍କୁ ପରାମର୍ଶ ଦେଇଥିଲେ।
ଦରଦାମ ବୃଦ୍ଧି ଓ ଅନ୍ୟାନ୍ୟ ପ୍ରସଙ୍ଗ ସହିତ ବିଜେପି ସରକାରର ବିଫଳତା ଉପରେ ଆଲୋକପାତ କରି ନବୀନ କହିଥିଲେ ଯେ ବିଜେପି ସରକାରକୁ ଆସିବାର ଶହେଦିନ ବିତିଗଲାଣି. ଆଇନ ଶୃଙ୍ଖଳା ଠାରୁ ଆରମ୍ଭ କରି ଦରବୃଦ୍ଧି ଓ ବିକାଶ ପର୍ଯ୍ୟନ୍ତ ବିଭିନ୍ନ କ୍ଷେତ୍ରରେ ରାଜ୍ୟ ସରକାର ସେବା ଯୋଗାଇବାରେ ବିଫଳ ହୋଇଛନ୍ତି। ତେଣୁ ସାଧାରଣ ଲୋକଙ୍କ ସୁଖ ଦୁଃଖରେ ସାମିଲ ହେବା ସହ ସରକାରଙ୍କ ବିଫଳତା ବିଷୟରେ ଲୋକଙ୍କୁ ଙ୍କୁ ସଚେତନ କରିବାକୁ ସେ ପରାମର୍ଶ ଦେଇଥିଲେ। ବୈଠକରେ ବିଧାୟକ ଶ୍ରୀ ଅରୁଣ ସାହୁ,ବିଧାୟକ ଶ୍ରୀ ରମେଶ ବେହେରା ପୂର୍ବତନ ବିଧାୟକ ସତ୍ୟନାରାୟଣ ପ୍ରଧାନ ଜିଲ୍ଲା ସଭାପତି ଦେବାଶିଷ ପଟ୍ଟନାୟକ,ଖଣ୍ଡପଡାର ବେଣୁଧର ପଟ୍ଟନାୟକ, ଇରାନୀ ରାୟଙ୍କ ସମେତ ଜିଲ୍ଲାର ବରିଷ୍ଠ ନେତୃ ମଣ୍ଡଳୀ ଏବଂ ପଂଚାୟତ ପ୍ରତିନିଧି ମାନେ ସାମିଲ ହୋଇଥିଲେ।