ଶହେ ଦିନର ସରକାରରେ ଆଇନ ଶୃଙ୍ଖଳା ଠିକ ଅଛି: ପୋଲିସ ଡିଜି

ଭୁବନେଶ୍ୱର: ଶହେ ଦିନର ସରକାରରେ ଆଇନ ଶୃଙ୍କଳା ଠିକ ଅଛି। କାଁ ଭାଁ କିଛି କେଶ ଛାଡିଦେଲେ ରାଜ୍ୟରେ ଆଇନ ଶୃଙ୍ଖଳା ଠିକ ଅଛି ବୋଲି କହିଛନ୍ତି ପୋଲିସ ଡିଜି ୱା ବି ଖୁରାନିଆ। ଜିଲ୍ଲାପାଳ ସମ୍ମିଳନୀର ଦ୍ଵିତୀୟ ଦିନରେ ପୋଲିସ ମହାନିର୍ଦ୍ଦେଶକ ଯୋଗେଶ ବାହାଦୂର ଖୁରାନିଆଙ୍କ ଅଭିଭାଷଣ ରଖି ରାଜ୍ୟର ଆଇନ ଶୃଙ୍ଖଳା କଥାକୁ ଉପସ୍ଥାପନା କରିଛନ୍ତି। ରାଜ୍ୟରେ ଚଳିତ ବର୍ଷ ନିର୍ବାଚନ ରାଜ୍ୟ ପୋଲିସର ଉଦ୍ୟମ ଯୋଗୁଁ ଶାନ୍ତି ଶୃଙ୍ଖଳା ସହ ହୋଇଥିଲା। ସେହିପରି ମହା ପ୍ରଭୁଙ୍କ ରଥ ଯାତ୍ରା ମଧ୍ୟ ସୁଶ୍ରୁଖୁରୁରେ ହୋଇପାରିଥିଲା।
ଶହେ ଦିନର ସରକାରରେ କାନ୍ ଭାନ କେତୋଟି ଘଟଣାକୁ ଛାଡିଦେଲେ ଆଇନ ଶୃଙ୍ଖଳା ବ୍ୟବସ୍ଥା ଠିକ ରହିଛି ବୋଲି ପୋଲିସ ଡିଜି କହିଛନ୍ତି।ରାଜ୍ୟ ପୋଲିସର ପ୍ରଥମ ପ୍ରାଥମିକତା ଆଇନଶୃଂଖଳା, ଅପରାଧ ଦମନ। ରାଜ୍ୟ ପୋଲିସ ନକ୍ସଲ କ୍ଷେତ୍ରରେ ଉଲେଖନୀୟ ସଫଳତା ପାଇଛି। ଚଳିତ ବର୍ଷ ୪ ନକ୍ସଲ ନିପାତ ହୋଇଛନ୍ତି।ଓଡିଶାରୁ ନକ୍ସଲ ନିପାତ ପାଇଁ ଯୋଜନା ରହିଛି। ସେହିପରି ବଙ୍ଗଳାଦେଶରେ ହୋଇଥିବା ଅସ୍ଥିରତା ପରେ ଏହାର ପ୍ରଭାବ ଓଡ଼ିଶାରେ ଦେଖିବାକୁ ମିଳିଥିଲା।ତଟ ସୁରକ୍ଷା ବାହିନୀ, ଉପକୂଳ ଅଂଚଳରେ ଥିବା ପୋଲିସ ବାହିନୀ ଏହାକୁ ସଫଳତାର ସହ ମୁକାବିଲା କରିଛନ୍ତି। ସେହିପରି ମହିଳା ହିଂସା ନେଇ ଫୋକସ ରହିଛି। ଏହାର ମୁକାବିଲା କରିବା ପାଇଁ ସବୁ ପ୍ରକାର ଉଦ୍ୟମ ହେଉଛି ବୋଲି ପୋଲିସ ଡିଜି କହିଛନ୍ତି।