ଭରତପୁର ଥାନା ଘଟଣା: ପଲ୍ଲୀରୁ ଦିଲ୍ଲୀପର୍ଯ୍ୟନ୍ତ ହେବ ଆନ୍ଦୋଳନ

ଭୁବନେଶ୍ୱର:ଭରତପୁର ଘଟଣାରେ କଂଗ୍ରେସ କରିବ ବ୍ୟାପକ ଆନ୍ଦୋଳନ। ଘଟଣାର ସମ୍ବେଦନଶୀଳତାକୁ ଦେଖି ଆନ୍ଦୋଳନ ବ୍ୟାପକ ହେବ ବୋଲି କହିଛନ୍ତି ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ।ଗଣମାଧ୍ୟମକୁ ସୂଚନା ଦେଇ ପ୍ରସାଦ କହିଛନ୍ତି ପଲ୍ଲୀରୁ ଦିଲ୍ଲୀ ପର୍ଯ୍ୟନ୍ତ ଆନ୍ଦୋଳନକୁ ବ୍ୟାପକ କରାଯିବ। ଭରତପୁର ଥାନା ଘଟଣା ଏକ ଆମାନବୀୟ ଘଟଣା। ରାଜ୍ୟ ସରକାର ମହିଳାଙ୍କୁ ସୁରକ୍ଷା ଦେବାରେ ସମ୍ପୂର୍ଣ ବିଫଳ। ଏହାକୁ ଯେତେ ନିନ୍ଦା କଲେ ବି କମ ହେବ। ତେଣୁ ଆମ ଦାବି କରୁଛୁ ତୁରନ୍ତ ଅପରାଧୀଙ୍କ ବିରୋଧରେ ଦୃଢ ଆଇନଗତ କାଯ୍ୟନୁଷ୍ଠାନ ଗ୍ରହଣ କରାଯାଉ। ଏହି ପ୍ରସଙ୍ଗରେ କଂଗ୍ରେସ ରାସ୍ତା ରାସ୍ତାରେ ଆନ୍ଦୋଳନ କରିସାରିଛୁ।ସରକାର ଯଦି ଉଦାସୀନ ମନଭାବ ଦେଖାଇବେ ପରେ ଆମେ ଓଡିଶା ଓ ଭାରତବର୍ଷରେ କଂଗ୍ରେସ ଆନ୍ଦୋଳନକୁ ବ୍ୟାପକ କରିବୁ। ରାଜ୍ୟର ଡବଲ ଇଂଜିନର ସରକାର କିନ୍ତୁ ମହିଳାଙ୍କୁ ନ୍ୟାୟ ଦେଇପାରୁନାହାନ୍ତି। ପ୍ରଧାନମନ୍ତ୍ରୀ ଆସିବା ପୂର୍ବରୁ ଏଭଳି ଅଘଟଣା ଘଟୁଛି। କିନ୍ତୁ ସରକାର ଏହାକୁ ଚପାଇ ଦେବାକୁ ଚେଷ୍ଟା କରିଛନ୍ତି। ଏହାଠାରୁ ବଡ ଅନ୍ୟାୟ କଣ ହୋଇପାରେ ବୋଲି ପ୍ରସାଦ କହିଛନ୍ତି। ତେଣୁ କଂଗ୍ରେସ ଦାବି ତୁରନ୍ତ ଦୋଷୀଙ୍କ ଉପରେ କଠୋର ରୁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ।